News
lipub
samparksetu

ପଛପଟୁ ଧକ୍କା ଦେଲା ବୋଲେରୋ, ଦୁଇ ଛାତ୍ରୀ ଗୁରୁତର

ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଅଧୀନସ୍ଥ ଭାଲିଆପାଟ ଛକ ନିକଟରେ ଘଟିଛି ଦୁର୍ଘଟଣା , ଲହଡା ସ୍ଥିତ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ରେ ପାଠ ପଢ଼ୁଥିବା ଭାଲିଆପାଟ ଗ୍ରାମ ର ରିମା ମାଲିକ ଓ ସୈଦାମିନି ମଲିକ ପିଙ୍ଗୁଆ ହାଇସ୍କୁଲରୁ ଦଶମ ପରୀକ୍ଷା ଦେଇ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ବୋଲେରୋ ଧକ୍କା ଦେଇଥିଲା ।

ଯାହା ଫଳରେ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ରାସ୍ତାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଛାତ୍ରୀଙ୍କୁ ଭର୍ତ୍ତି କରିଛନ୍ତି। ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ,ପରେ ତାଙ୍ଖ କଟକ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!