News
lipub
samparksetu

ବଜ୍ରାଘାତ ନେଲା ଆଉ ୨ ଜୀଵନ

ଗଁଦିଆ ଥାନ ଅନ୍ତର୍ଗତ ମଠତେନ୍ତୁଳିଆ ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମର ଧନେଶ୍ୱର ଖିଲାର(୫୫ ) ନିଜ ଧାନ କ୍ଷେତରେ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ସେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଁଦିଆ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସେହିପରି ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗ୍ରାମର ଛବି ନାଏକ ଙ୍କ ପୁଅ ବିଭୂତି ନାଏକ (୫୦) ଅପରାହ୍ନରେ ଶ୍ରମିକ ଭାବେ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ଅଚେତ୍ ହୋଇ ପଡ଼ିଯାଇଥିଲେ । ପରେ ଲୋକେ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!