News
lipub
samparksetu

ବିପଦ ସଂକୁଳ ଅବସ୍ଥାରେ ଚିତ୍ତଳପୁର-କୁକୁଟା ରାସ୍ତାର କଲଭର୍ଟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସଦାସର୍ବଦା ବିଭିନ୍ନ କ୍ଷେତ୍ରରେ ଅବହେଳିତ ଏହା ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ ହେବନି। ଏବେବି ହିନ୍ଦୋଳ ଗ୍ରାମାଞ୍ଚଳ ଲୋକମାନେ ଭଲକି ରାସ୍ତାଟିଏ ମଧ୍ୟ ଦେଖିପାରିନାହାନ୍ତି।ଗ୍ରାମ୍ୟଉର୍ଣ୍ଣୟନ ବିଭାଗ ଦ୍ୱାରା କୁକୁଟା ଠାରୁ ଚିତଲ ପୁର ପିଚୁ ରାସ୍ତା ନିର୍ମାଣ ସାରିଛି, ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ରାସ୍ତା ମଝିରେ ଗୋଟିଏ ଭଙ୍ଗା ଦଦରା କଲଭର୍ଟ ରହିଛି କେତେବେଳେ ଏହା ଭାଙ୍ଗିଯିବ ଏବଂ ଏହା ଉପରେ ଦେଇ ଯାଉଥିବା ଲୋକ ବିପଦ ରେ ପଡିପାରନ୍ତି ।

ହେଲେ ରାସ୍ତା ନିର୍ମାଣ ସରିଲା ରାସ୍ତା ମଝିରେ ଭଙ୍ଗା କଲଭର୍ଟ କୁ ଗ୍ରାମ୍ୟଉର୍ଣ୍ଣୟନ ବିଭାଗ ଦ୍ୱାରା ଭାଙ୍ଗି ନୂତନ ନିର୍ମାଣ ହୋଇପାରିଲା ନାହିଁ ଏ ସମ୍ପର୍କ ରେ ଗ୍ରାମ୍ୟ ଉର୍ଣ୍ଣୟନ ଯନ୍ତ୍ରୀ କୁହନ୍ତି ଏହା ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏହା ପଞ୍ଚାୟତ ରାଜ ବିଭାଗ ଅଧୀନରେ ରହିଛି, ଯଦି ସେମାନେ ଗ୍ରାମ୍ୟଉର୍ଣ୍ଣୟନ ବିଭାଗ କୁ ହସ୍ତାନ୍ତର କରି ନୂତନ ପୋଲ ନିର୍ମାଣ ହେବା ପାଇଁ ଚିଠି କରନ୍ତି ତାହେଲେ ବିଭାଗ ଦ୍ୱାରା ନୂତନ ପୋଲ ନିର୍ମାଣ ହୋଇପାରିବେ ।

new life
You might also like
error: Content is protected !!