News
lipub
samparksetu

ପାଣି ପାଇଁ ରାଜରାସ୍ତାରେ ମହିଳା

ସ୍ୱାସ୍ଥ୍ୟ,ଶିକ୍ଷା,ଗମନାଗମନ,କୃଷି,ପାନୀୟଜଳ,ବିଦ୍ୟୁତ,ହାତୀ ସମସ୍ୟା ଭଳି ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜନସାଧାରଣ।ଏବେବି ବିକାଶଠାରୁ ଅନେକ ଦୁରରେ ହିନ୍ଦୋଳ ।ଯାହାର ନଗ୍ନଚିତ୍ର ଆଜି ଦେଖିବାକୁ ମିଳିଛି ଉପଖଣ୍ଡରେ।

ଖବରରୁ ଅନୁଯାୟୀ , ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଂଚାୟତର ବାସ କରୁଥିବା ୫୦ପରିବାରର ପ୍ରାୟ ୫ଶହ ଲୋକଙ୍କ ଗ୍ରାମ ଜୁଆଙ୍ଗ ସାହିରେ ପାନୀୟଜଳ ସମସ୍ୟା ଅନେକ ଦିନର ଏବଂ ପ୍ରାୟ ୧୦/୧୫ଦିନ ହେଲା ଏକମାତ୍ର ନଳକୂପଟି ଖରାପ ହୋଇଯିବାରୁ ପ୍ରଚଣ୍ଡ ଖରାରେ ଡହଳବିକଳ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମାତ୍ର କୌଣସି ସୁଫଳ ନମିଳିବାରୁ ଆଜି ୧୫କିମି ଦୂର ହିନ୍ଦୋଳ ସଦର ବ୍ଲକ ଛକସ୍ଥିତ ବଷ୍ଟାଣ୍ଡସାମ୍ନାରେ ସକାଳ ୮ରୁ ଶତାଧିକ ମହିଳାପୁରୁଷ ଗରା ମାଠିଆ ଧରି ପ୍ରଚଣ୍ଡଖରାରେ ଦୀର୍ଘସମୟ ରାସ୍ତାରୋକ କରିଥିଲେ। ଖବର ପାଇ ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ସଦଳବଳେ ଆସି ବୁଝସୁଝା କରିବାସହ ବିଡ଼ିଓଙ୍କୁ ଜଣାଇବାକୁ ପରାମର୍ଶ ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ କରି ମହିଳାମାନେ ହିନ୍ଦୋଳ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ ଏବଂ ଖୁବଶୀଘ୍ର ସମସ୍ୟା ସମାଧାନ ହେବବୋଲି ବିଡ଼ିଓ ପ୍ରତିଶୃତି ଦେଇଥିଲେ।

new life
You might also like
error: Content is protected !!