News
lipub
samparksetu

ବିନା ସୂଚନା ଫଳକରେ ବେଆଇନ କାର୍ଯ୍ୟ !

ଢେଙ୍କାନାଳ ଜିଲ୍ଲାର ବହୁ ଚର୍ଚ୍ଚିତ ହିନ୍ଦୋଳ ବ୍ଲକର କାର୍ଯ୍ୟକଳାପ ଅବ୍ୟବସ୍ଥା, ମାତ୍ରାଧିକ ପିସି କାରବାର ପାଇଁ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ପୁଣି ଏକ କେଳେଙ୍କାରୀ ଆସିଛି ପଦାକୁ,ସଠିକ୍ ଜାଗାରେ ନହେବା ସହ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଂଚାୟତରେ ।

ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଳକ୍ ବାଉଁଶପୋଖରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆକୋଟ ଡିହସାହିରେ ଯେଉଁଠାରୁ ରାସ୍ତା ନିର୍ମାଣ ହେବା କଥା ସେହିଠାରୁ ନକରି ଅନ୍ୟତ୍ର ଏକ ସ୍ଥାନରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁଠାରୁ ହେବା କଥା ସେହିଠାରେ ନକରି ଅନ୍ୟତ୍ର କାହିଁକି କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। କିନ୍ତୁ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ସେ ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ। ବରଂ ତରବରିଆ ଭାବେ କାର୍ଯ୍ୟକୁ ମାତ୍ର ୭ ଘଣ୍ଟା ମଧ୍ୟରେ ସାରି ଦେଇଥିଲେ। ତେବେ କାହିଁକି ସଠିକ୍ ସ୍ଥାନରେ କନିଷ୍ଠ ଯନ୍ତ୍ରୀ ନକରି ଅନ୍ୟତ୍ର କଲେ ଏବଂ ବିନା ସୂଚନା ଫଳକରେ ତରବରିଆ ଭାବେ କାହିଁକି କାର୍ଯ୍ୟଟିକୁ ସାରିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୯ ନଂ ଓ୍ୱାର୍ଡ୍ ସଭ୍ୟା ସବିତା ବେହେରା ବାଉଁଶପୋଖରୀ ସରପଞ୍ଚ ରଣଜିତ୍ ପ୍ରଧାନଙ୍କ ଜରିଆରେ ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦେଇଛନ୍ତି। ଏ ସଂପର୍କରେ ଆମେ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସେ ଆଦୌ ଫୋନ୍ ଉଠାଇନଥିଲେ।ତେବେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରରୋଚନା ଓ ଇଙ୍ଗିତରେ ଏଠାରେ ହିଟଲରି ଆଇନ ପ୍ରୟୋଗ ହେଉଛି, ଏଥିରେ ସର୍ବାଧିକ ଲାଭ କାହାର ତାହା ସାଧାରଣ ଚର୍ଚ୍ଚା ଜୋର ଧରିଛି ।

new life
You might also like
error: Content is protected !!