ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ହିନ୍ଦୋଳ ରୋଡ ବଜାର ନିକଟସ୍ଥ ପୋଡାପଡା ଠାରେ ନିର୍ମାଣଧୀନ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ ର ଅହେତୁକ ବିଳମ୍ବ ସହିତ ଠିକାଦାର ଯେଉଁ ସର୍ଭିସ୍ ରୋଡ କରିଛନ୍ତି ତାହା ମରାମତି କରାଯାଉନଥିବାରୁ ସେହି ଖାଲଖମଣ ରାସ୍ତାରେ ଅନେକ ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଛି ।
ଫଳରେ ଅନ୍ୟାନ୍ୟ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।ଉକ୍ତ ସୁଡ଼ଙ୍ଗ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍ ରୋଡ କରିବା କଥା କିନ୍ତୁ ଠିକାଦାର ଗୋଟିଏ ପଟରେ ସର୍ଭିସ୍ ରୋଡ କରିଛନ୍ତି ଏଵଂ ତାହା ଆବଶ୍ୟକ ମରାମତି କରାଯାଉନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଅଭିଯୋଗ ହୋଇଛି।ଚଳିତ ମାସରେ ଏହି ରାସ୍ତାରେ ଅନେକ ଦିନ ଗାଡ଼ି ଚଳାଚଳରେ ବ୍ୟାଘାତ ହେଉଥିବା ଜଣାପଡିଛି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଖରାତରାରେ ଠିଆ ହୋଇ ରହିବାକୁ ପଡୁଛି। ଆଜି ସକାଳୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ରାସ୍ତା ଜାମ ହଟି ନଥିଲା। ବଜାର ମଧ୍ୟରେ ହିନ୍ଦୋଳ ରୋଡ଼ ଫାଣ୍ଡି ରହିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳରେ ନପହଞ୍ଚିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏ ସମ୍ପର୍କରେ ଢେ଼ଙ୍କାନାଳ ଜାତୀୟ ରାଜପଥ ଅତିରିକ୍ତ ପ୍ରୋଜେକ୍ଟ ଡାଇରେକ୍ଟୋର ଙ୍କୁ ପଚାରିଵାରୁ ସେ କୁହନ୍ତି , ଆଉ ଗୋଟିଏ ସପ୍ତାହ ମଧ୍ୟରେ ହାତୀ ଚଲାପଥ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ଏହା ପରେ ସମସ୍ୟା ରହିବ ନାହିଁ ।
