News
WhatsApp Image 2023-10-04 at 17.25.00
samparksetu

ବିବାଦର ଅନ୍ତ ଘଟିଲା ,୧୪୪ଧାରା ଲାଗୁକରି ରାସ୍ତାଚି଼ହ୍ନଟ ଓ କାମ ଆରମ୍ଭ କଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡ ନଂ-୧୫ ବାସୀଙ୍କ ବହୁଚର୍ଚ୍ଚିତ ରାସ୍ତା ପାଇଁ ଆନ୍ଦୋଳନର ଅନ୍ତ ଘଟିଛି । ହିନ୍ଦୋଳ ପ୍ରଶାସନ ଜନତାଙ୍କ ଜରୁରୀ ଆବଶ୍ୟକତା କୁ ହୃଦୟଙ୍ଗମ କରି ତତ୍ପରତା ଦେଖାଇ ରାସ୍ତା ଚି଼ହ୍ନଟ ଆରମ୍ଭ କରିଛନ୍ତି । ହିନ୍ଦୋଳ ଏନଏସି ରୁ ସିଙ୍କୋଳ ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ରାସ୍ତାକାର୍ଯ୍ୟ ଚାଲୁ ରହିଥିବା ବେଳେ ଆଳୁସିଂ ଠାରେ କିଛି ଗ୍ରାମବାସୀ ନିର୍ମାଣ କାର୍ଯ୍ୟରେ ବାଧାଦେଇ କରାଇ ଦେଉନଥିଲେ । ଫଳରେ ଦୀର୍ଘବର୍ଷ ଧରି ଏହି ରାସ୍ତାରେ ନିର୍ଭରଶିଳ ୱାର୍ଡନଂ୧୫ ସମେତ ଦୁଇ ତିନୋଟି ପଂଚାୟତର ହଜାରହଜାର ଜନସାଧାରଣ ନାହିଁ ନଥିବା ଅସୁବିଧାରେ ପଡ଼ି ଅତିଷ୍ଟ ହୋଇ ଯାଇଥିଲେ ।

ଏପଟେ ବାରମ୍ବାର ଦାବି ସତ୍ୱେ ପ୍ରଶାସନ ମଧ୍ୟ ସମାଧାନ ପାଇଁ ତତ୍ପରତା ଦେଖାଉ ନଥିଲା ,ଫଳରେ ଏହି ରାସ୍ତା ନିର୍ମାଣ ଦାବିରେ ହିନ୍ଦୋଳ ଏନଏସି ୱାର୍ଡନଂ -୧୫ ବାସୀଙ୍କ ସହ ମାଧପୁର,ଇଲିରିସିଙ୍ଗା ଆଦି ଗ୍ରାମପଂଚାୟତର ଲୋକମାନେ ଆଜକୁ ଏକବର୍ଷ ହେଲା ହିନ୍ଦୋଳ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଜଣାଇ ଆସୁଥିଲେ । ସରକାରୀ ରେକର୍ଡ ରାସ୍ତା ଥିବା ସତ୍ୱେ ଆଳୁସିଂ ଗ୍ରାମଠାରେ କିଛିବ୍ୟକ୍ତି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟିକରି ରାସ୍ତା ନିର୍ମାଣରେ ବାରମ୍ବାର ବାଧାସୃଷ୍ଟି କରୁଥିବାରୁ ଓ ରାସ୍ତା ଚିହ୍ନଟ ନକରିବା ଫଳରେ ଆଜକୁ ତିନିଦିନ ହେବ ହିନ୍ଦୋଳ ଉପଜିଲ୍ଲାପାଳ,ତହସିଲ, ଏନ ଏ ସି ଅଫିସ ନିକଟରେ ଅସହ୍ୟ ଖରାବର୍ଷାରେ ଶତାଧିକ ନିରୀହ କ୍ଷତିଗ୍ରସ୍ତ ପ୍ରଜା ପିଲାଛୁଆ, ବୃଦ୍ଧ, ମହିଳାପୁରୁଷ ଶାନ୍ତିଶୃଙ୍ଖଳାର ସହିତ ଅନଶନରେ ବସିରହିଥିଲେ ଏବଂ ଦାବିଥିଲା ରାସ୍ତା ଚି଼ହ୍ନଟ ନହେବା ଯାଏ ଏହିଠାରେ ପଡ଼ି ରହିବୁ ।

ଶେଷରେ ଉପଜିଲ୍ଲାପାଳ ଜନସାଧାରଣଙ୍କ ଦୁଃଖକୁ ଗୁରୁତର ସହ ବିଚାରକରି ତତ୍ପରତା ଦେଖାଇଥିଲେ ଓ ଆଜି ବିବାଦୀୟ ସ୍ଥାନରେ ପ୍ରଶାସନ ୧୪୪ଧାରା ଲାଗୁ କରି ପୋଲିସ ଫୋର୍ସ ସହାୟତାରେ ସରକାରୀ ରେକର୍ଡ ଥିବା ଜାଗା ଚିହ୍ନଟ କରି ରାସ୍ତା କାମ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!