News
lipub
samparksetu

ହାତୀ ଆକ୍ରମଣରେ ୨ ମୃତ

ହିନ୍ଦୋଳ ବନାଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାସୋଳ ଥାନା ଅନ୍ତର୍ଗତ କୁତୁଣୀଆ ପଞ୍ଚାୟତ ଖରିଡାଳି ଗାଁର ମାୟାଧର ସାହୁଙ୍କ ସ୍ତ୍ରୀ ଫୁଲ ସାହୁ ଓ ଭିଙ୍ଗିରା ଗାଁର ରୁଷିଆ ନାୟକ ।

ସୂଚନା ଅନୁଯାୟୀ, ଫୁଲ ନିଜ ଘର ପଛ ପାର୍ଶ୍ୱକୁ ଆମ୍ବଗଛ ରୁ ଆମ୍ବ ଆଣିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।ଅନ୍ୟପଟେ ରୁଷିଆ ଗାଁ ଦୋକାନ କୁ ଯାଇ ଫେରୁଥିବା ବେଳେ ହାତୀ ତାଙ୍କୁ କଚାଡି ମାରିଥିଲା ।

new life
You might also like
error: Content is protected !!