News
lipub
samparksetu

ହିନ୍ଦୋଳ ଡ୍ରାଇଭର ସଂଘ ପକ୍ଷରୁ ସଭା ଓ ଶୋଭା ଯାତ୍ରା

ହିନ୍ଦୋଳ ଡ୍ରାଇଭର ସଂଘ ପକ୍ଷରୁ ମାଧପୁର ପଞ୍ଚାୟତ ଠାରେ ଏକ ବିରାଟ ଶୋଭା ଯାତ୍ରା ରେ ପଞ୍ଚାୟତ ଅଫିସ ଠାରୁ ବାହାରି ଗାଁ ପରିକ୍ରମା କରି ମାଆ ବ୍ରାହ୍ମଣୀ ଦେବୀ ପୀଠ ଠାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଏଥିରେ ଢେ଼ଙ୍କାନାଳ ଜିଲ୍ଲା ସଂଘ ସଭାପତି ନରୋତ୍ତମ ବେହେରା, ହିନ୍ଦୋଳ ଉପଖଣ୍ଡ ସଭାପତି ବିକାଶ ବେହେରା ଏବଂ ମାଧାପୁର ପଞ୍ଚାୟତ ସଭାପତି ନରେନ୍ଦ୍ର ପ୍ରଧାନ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତଥା ୫୦ରୁ ଉର୍ଦ୍ଧ ଡ୍ରାଇଭର ସଦସ୍ୟ ମାନେ ଉପସ୍ଥିତ ରହି, ସଂକଳ୍ପ ନେଇ ଥିଲେ କି ଗାଡ଼ି ଚଳାଇବା ବେଳେ ସମସ୍ତେ ଡ୍ରେସ୍ କୋଡ ପିନ୍ଧିବେ, ଡ୍ରେସ୍ ଦେଖି ରାସ୍ତା ରେ ବିପଦରେ ପଡ଼ିଥିବା ଡ୍ରାଇଭର ଙ୍କୁ ସହାୟତା କରିବେ, କେହି ମଦ୍ୟପାନ କରିବେ ନାହିଁ।

ଦୁର୍ଘଟଣା ରେ ଆହତ କିମ୍ବା ମୃତ ହେଉ ଥିବା ସଦସ୍ୟ ଙ୍କୁ ସରକାର ଙ୍କୁ କହି ସହାୟତା କରିବା, ୬୦ ବର୍ଷ ପରେ କର୍ତ୍ତବ୍ୟ ଛାଡ଼ିଲା ପରେ ତାଙ୍କୁ ସରକାରୀ ଭତ୍ତା ପ୍ରଦାନ କରିବାକୁ ଦାବି କରିବା ଆଦି ଅନ୍ତର୍ଭୁକ୍ତ ରହିଛି ।

new life
You might also like
error: Content is protected !!