News
lipub
samparksetu

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳ ଉପଖଣ୍ଡ ଅସରଡl ପଞ୍ଚାୟତ ବlର୍ଶୀଙ୍ଗା ଗ୍ରାମର ନବ ମହାରଣା ୬୮ ଆଜି ସକାଳ ସାତ ଟା ନିଜ ଗ୍ରାମ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ସମୟ ରେ ଗୋଟିଏ ଦନ୍ତା ହାତୀ ହବୁଡ ରେ ପଡ଼ି ଯାଇଥିଲେ l ଦନ୍ତା ହାତୀ ଟି ନବ କୁ ଶୁଣ୍ଢ ରେ କଚାଡି ଦେବା ସହ ଛାତି ରେ ପାଦ ପକାଇ ଦଳି ଦେଇଥିଲା ଫଳ ରେ ଘଟଣl ସ୍ଥଳରେ ନବ ର ମୃତ୍ୟୁ ହୋଇଥିଲା ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଗୌତମ ପ୍ରଧାନ କୁହନ୍ତି ହିନ୍ଦୋଳ ବନlଞ୍ଚଳ ରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ଜନ ସାଧାରଣ ଙ୍କ ଧନ ଜୀବନ କୁ ସୁରକ୍ଷା ଦେବା କଷ୍ଟକର ହୋଇ ପଡ଼ିଲାଣି l

ପାଟିତୁଣ୍ଡ ଶୁଣି ସ୍ଥାନୀୟ ଗ୍ରାମବାସୀ ଆସି ଦେଖି ବନବିଭାଗକୁ ଖବର ଦେଇଥିଲେ ଏବଂ ବାଲିମି ପୋଲିସ ଓ ବନବିଭାଗ ଅଧିକାରୀ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଆବଶ୍ୟକ କ୍ଷତିପୂରଣ ଦିଆଯିବାପାଇଁ ପରିବାର ଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତିl ବାଳିମି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ପଠାଇଥିବା ଜଣା ପଡ଼ିଛି ।

new life
You might also like
error: Content is protected !!