News
lipub
samparksetu

ନିଯୁକ୍ତି ବଦଳରେ ଜମିହରାଙ୍କୁ ଏମଜିଏମ ର ଧମକ !

ଏମଜିଏମ କମ୍ପାନୀ ଫାଟକ ସାମ୍ନାରେ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ଜମିହରା ପ୍ରଜା।ବର୍ଷ ବର୍ଷ ଧରି ଏକାଧିକବାର ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଜେଲ୍ ଯିବେ ପଛେ ଆନ୍ଦୋଳନରୁ ଓହରି ବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଳାପ୍ରଶାସନ ସ୍ତରରେ ଏକାଧିକ ଥର ବୈଠକ କରାଯାଇଥିଲେ ମଧ୍ୟ,କାରଖାନା କତୃପକ୍ଷ ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସମାଧାନ ପାଈଁ ପଦକ୍ଷେପ ନିଆଯାଉ ନ ଥିବା ପ୍ରକାଶ କରିଛନ୍ତି । ପ୍ରଶାସନ ଓ କାରଖାନା କତୃପକ୍ଷ ଙ୍କ ମଧ୍ୟରେ ସଲାସୁତୁରା ଯୋଗୁଁ ଜମିହରା ପ୍ରଜା ଏହାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜମିହରା ପ୍ରଜା ସଂଘ।

ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ବଉଳପୁର ସ୍ଥିତ ରିଲାଏନ୍ସ ବାଓ ଗ୍ୟାସ ପ୍ଲାଣ୍ଟ ଜମି ଅଧିଗ୍ରହଣ ସମୟରେ ମିଠା ମିଠା କଥା କହିବା ସହ ପ୍ରଶାସନ କୁ ହାତବାରିଶୀ କରି ଜମିହରା ପ୍ରଜା ଙ୍କୁ ଶତ ପ୍ରତିଶତ ନିଯୁକ୍ତି ଦେବାର ପ୍ରଲୋଭନ ଦେଇ ଶହ ଶହ ଏକର ଜମିରେ କାରଖାନା କରି ସାରିଲାଣି । ବାସ୍ତବରେ କିନ୍ତୁ ନା ଅଛି ନିଯୁକ୍ତି ନା ପାଳନ କରୁଛି ନିଜର ପ୍ରତିଶୃତି। ରାଜ୍ୟସରକାର ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ଯ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ଉଚିତ୍ କ୍ଷତି ପୂରଣ ଶହ ନିଯୁକ୍ତି ନେଇ ଲୋକଙ୍କ ସହ ଆଲୋଚନା କରି କାରଖାନା କାମ ଚାଲୁ କରାଯାଉ ବୋଲି ମଧ୍ୟ ବାରମ୍ବାର ଦାବି ହୋଇ ଆସୁଅଛି। ୨୦୧୫ ମସିହାରୁ ବଉଲପୁର ଠାରେ ଥିବା ରିଲାଏନ୍ସ ବାୟୋ ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଲୋକମାନଙ୍କୁ ତାଙ୍କର ଘରଦ୍ୱାର ସହ ମୂଲ୍ୟବାନ ଚାଷ ଜମି ହରାଇବାକୁ ପଡ଼ିଲା। ଶହ ଶହ ଏକର ଜମି ଉପରୁ ଅଧିକାର ଛାଡ଼ିବାକୁ ହେଲା। ହେଲେ ଜମି ଗ୍ରହଣ ଅଧିନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ପ୍ରଜା ମଧ୍ୟରୁ ଅନେକ ଙ୍କୁ ଏଯାଏଁ ନା ମିଳିଛି କ୍ଷତିପୂରଣ ନା ମିଳିପାରିଛି କାରଖାନା ରେ କର୍ମନିଯୁକ୍ତି । ବର୍ଷ ବର୍ଷ ଧରି ଏ ସବୁ ସମସ୍ୟାର ସମାଧାନ ହୋଇପାରୁନାହିଁ। କାରଖାନା କର୍ତୁପକ୍ଷଙ୍କ ଦାଦାଗିରି, ବୈମାତୃକ ମନୋଭାବ ଓ ଉଦାସୀନତା ନୀତିଯୋଗୁ ଦୀର୍ଘ ୧୦ ବର୍ଷ ଧରି ନିଜ ମୌଳିକ ଓ ନାର୍ଯ୍ୟ ଦାବୀ ପୂରଣ ପାଇଁ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ନିଷ୍କର୍ଷ ବାହାରି ପାରିନାହିଁ । ଓଲଟା ଜିଲ୍ଲା ପ୍ରଶାସନ କୁ ହାତକରି ପ୍ରତ୍ୟକ୍ଷ ରେ ଧମକ ଦେବା ସହ ସମସ୍ତଙ୍କୁ ଜେଲ ରେ ପୁରାଇଦେବା ର ଧମକ ଦେଉଛନ୍ତି କାରଖାନା କର୍ତ୍ତୃପକ୍ଷ ।

ସରକାରଙ୍କ ନିୟମ ଅନୁସାରେ ଏତେ ବଡ କାରଖାନା ସ୍ଥାପନ କରିବା ପାଇଁ ସ୍ଥାନୀୟ ଗ୍ରାମପଞ୍ଚାୟତ ର ଏନଓସି  ନିହାତି ଆବଶ୍ୟକ।  ପରିତାପର ବିଷୟ ସରପଞ୍ଚ ନିଜେ ଜଣେ ଜମିହରା ପ୍ରଜା ହୋଇଥିବା ବେଳେ ତାଙ୍କଠାରୁ କୌଣସି ପ୍ରକାର ଏଓସି ନିଆ ଯାଇନଥିବା ପ୍ରକାଶ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି କାହା ବଳରେ ଏତେ ବଡ଼ କାରଖାନା ନିର୍ମାଣ ହେବାକୁ ଯାଉଛି ? କିଏ ଦେଲା NOC ? କାହିଁକି କାରଖାନା ରେ ସ୍ଥାନୀୟ ଜମିହରା ପ୍ରଜା ଙ୍କୁ ନିଯୁକ୍ତି ନଦେଇ ବାହାର ଜିଲ୍ଲା ଓ ବାହାର ରାଜ୍ୟ ର ଯୁବକମାନଙ୍କୁ ଚଞ୍ଚକତା କରି ନିଯୁକ୍ତି ଦିଆଯାଇଛି। ଏସବୁ ପ୍ରଶ୍ନ ସରକାର ଓ ପ୍ରଶାସନ ତୁରନ୍ତ ଉତ୍ତର ରଖିବାକୁ ବୁଦ୍ଧିଜିବୀ ମହଲରେ ଆଲୋଚନା କରାଯାଉଛି।

new life
You might also like
error: Content is protected !!