News
lipub
samparksetu

ହିନ୍ଦୋଳରେ ଉଜ୍ବଳ ଭାରତ ଉଜ୍ବଳ ଭବିଷ୍ୟତ ସଚେତନତା ଶିବିର ଅନୁଷ୍ଠିତ

ଭାରତ ସରକାରଙ୍କ ପକ୍ଷରୁ ବିଦ୍ୟୁତ ଶକ୍ତି ସଂରକ୍ଷଣ ପାଇଁ ୨୫ ଜୁଲାଇରୁ ଚାରିଦିନ ପାଇଁ ସାରାଦେଶରେ ପାଳନ କରାଯାଇଛି ଉଜ୍ବଳଭାରତ ଉଜ୍ବଳ ଭବିଷ୍ୟତ ।ସେହି ପରିପ୍ରେକ୍ଷିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ତହସିଲଦାର ସୁଶାନ୍ତ ମିଶ୍ର, ଏସଡିଏମଓ ସୁଧାଂଶୁ ମିଶ୍ର,ହିନ୍ଦୋଳ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ,ଜିଲ୍ଲାପଋଷଦ ଅଧ୍ୟକ୍ଷା,ଜିଲ୍ଲା ପରିଷଦ ସଭ୍ୟା ,ବିଦ୍ୟୁତବିଭାଗ କର୍ମଚାରୀ,ସରକାରୀ କର୍ମଚାରୀ,ସାମ୍ବାଦିକ ବହୁ ଜନସାଧାରଣ ଯୋଗ ଦେଇଥିଲେ।

ଉପସ୍ଥିତ ଅତିଥି ମାନେ ମୂଖ୍ୟତଃ ବିଦ୍ୟୁତ ଶକ୍ତି ସଂରକ୍ଷଣ ଓ ବିଦ୍ୟୁତ ଉପଯୋଗୀତା ସମ୍ପର୍କରେ ସୂଚନା ଦେଇଥିଲେ।ସୌଭାଗ୍ୟ ଯୋଜନାରେ ସହଜ ଓ ମାଗଣାରେ ବିଦୁତ ସଂଯୋଗ ,ଓଡ଼ି ଏଚ ଏସ ସି ଯୋଜନାରେ ହିନ୍ଦୋଳ ବ୍ଲକ ରେ ତିନୋଟି ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହୋଇ ବିଦ୍ୟୁତ ସଂରକ୍ଷଣ କରାଯାଉଥିବା ଇତ୍ୟାଦି ବିଷୟରେ ବୁଝାଇ ଥିଲେ।

ବିଦ୍ୟୁତ ଶକ୍ତି ଅପଚୟ ରୋକିବା ସହ କିଭଳି ବିଦ୍ୟୁତ ସଂରକ୍ଷଣ କରାଯାଇପାରିବ ଏବଂ ଏଥିପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶୃତ ଭାବରେ ଅତିଥିମାନେ ବୁଝାଇଥିଲେ।ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ଦିଆଯାଇଥିଲା। ଆଜିର ଏହି ସଚେତନତା ଶିବିର ଏନଟିପିସି,ଓପିଡ଼ିସିଏଲ ,ଟିପିସିଓଡିଏଲ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ଏହି ସଚେତନତା ଶିବିର ପାଇଁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

new life
You might also like
error: Content is protected !!