News
lipub
samparksetu

ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ , ଘର ଭାଙ୍ଗିଲା ଦନ୍ତା

ଢେଙ୍କାନାଳ ଜିଲ୍ଲାରେ ହାତୀ ସମସ୍ୟା ଥମିବାର ନାମ ନେଉନି।ହାତୀ ଆକ୍ରମଣରେ ମୃତ୍ୟୁବରଣ କରିବା ଓ ହାତୀ ଉପଦ୍ରବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି।

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୫ ଅନ୍ତର୍ଗତ ବରଗୋଜ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଚାରି ପାଞ୍ଚଟିକିଆ ହାତୀ ପଲରୁ ଗୋଟିଏ ହାତୀ ଗ୍ରାମମୁଣ୍ଡରେ ଥିବା ବ୍ରହ୍ମ।ନନ୍ଦ ସେଠୀଙ୍କ ଚାଳ ଘର ଶୁଣ୍ଢରେ ଭାଙ୍ଗିଦେବା ସହ ଘରେ ଥିବା ଧାନ ବିହନ ଚାଉଳ ଇତ୍ୟାଦି ଖାଇବା ସହ ବହୁ ଜିନିଷ ନଷ୍ଟ କରିଦେଇଥିଲା।

ହାତୀ ଘରକୁ ପଶି ଆସିବା ସମୟରେ ବ୍ରାହ୍ମ।ନନ୍ଦ ଘର ଭିତରେ ଥିଲେ ଏବଂ ଭୟରେ ଗାଁ ମଝିଆଡ଼େ ପଳାଇ ଯାଇଥିଲେ।ହାତୀ ପ୍ରାୟ ୨/୩ଘଣ୍ଟା ଧରି ଉପଦ୍ରବ କରିବା ସହ ଘର ଭାଙ୍ଗି ଦେଇଥିଲା।ହାତୀର ତାଣ୍ଡବଲୀଳା ରେ ଗ୍ରାମବାସୀ ରାତିସାରା ଯିଏ ଯୁଆଡେ ଯାଇ ଭୟରେ ଲୁଚିରହିଥିଲେ।ଆଜି ସକାଳେ ବ୍ରାହ୍ମ।ନନ୍ଦ ସେଠି ହିନ୍ଦୋଳ ରେଞ୍ଜର ଙ୍କୁ କାର୍ଯ୍ୟାଳୟ ରେ ଯାଇ ଲିଖିତ ଅଭିଯୋଗ କରିବାରୁ କ୍ଷତିପୂରଣ ପ୍ରଦାନ ପାଇଁ ହିନ୍ଦୋଳ ରେଞ୍ଜର ପ୍ରତିଶ୍ରୁତି ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିନ୍ଦୋଳ ଏନ ଏ ସି ଭିତରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ଲୋକମାନେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଏହି ସମସ୍ୟା ପ୍ରତି ତୁରନ୍ତ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

new life
You might also like
error: Content is protected !!