News
lipub
samparksetu

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକାଶ ପାଇଁ ଦାବୀ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିକାଶ ପାଇଁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବୀ କରିଛନ୍ତି ।କେନ୍ଦ୍ର ସରକାର ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଳା ଭାବରେ ଘୋଷଣା
କରଛନ୍ତି , ଫଳରେ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାରେ କୌଣସି କୌଣସି ପ୍ରତିବନ୍ଧକ ନାହିଁ ।

ଜିଲ୍ଲାରେ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି , ଛୋଟ ଛୋଟ ରୋଗ ପାଇଁ କଟକ ରେଫର କରାଯାଉଥିବା ବେଳେ ଜିଲ୍ଲାରେ ଥିବା । ଗରୀବ ଲୋକମାନେ ସେଠାକୁ ଯିବା କଷ୍ଟକର ହେଉଛି ଏବଂ ଚିକିତ୍ସା ପାଉନଥିବାର ଜଣାପଡିଛି ।

ଚିକିତ୍ସାଳୟରେ ଗୋଟିଏ ଅଟୋ ଆନାଲାଇଜର ଥିବା ବେଳେ ଷ୍ଟାଫ ଓ ଆବଶ୍ୟକ ସରଞ୍ଜାମ ନଥିବାରୁ ତାହା ସେଭଳି ପଡରହିଛି । ରୋଗର ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି ଏବଂ ଷ୍ଟାଫ ଯୋଗାଡ କରିବାକୁ ।ନିବେଦନ କରାଯାଇଥିବା ବେଳେ ପାଥୋଲୋଜିକାଲ ଟେଷ୍ଟ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଦାବୀ ହୋଇଛି ।

ମାଇନସ ଏବଂ ମିନେରାଲ ଫଣ୍ଡରୁ ଅଲଟ୍ରାସାଉଣ୍ଡ ମେସନ କ୍ରୟ କରାଯାଇ ଇକୋ ଏବଂ ଅନ୍ୟନ୍ୟ ପରୀକ୍ଷା କରିବାକୁ ମଧ୍ୟ ଦାବୀ କରାଯାଇଛି । ଏହା ସହିତ ୫୫ନଂ ଜାତୀୟ ରାଜପଥର
ନିର୍ମାଣ ପାଇଁ ପୂର୍ବତନ ପୌରାଧ୍ୟକ୍ଷ ସୁରେନ୍ଦ୍ର କୁମାର ମିଶ୍ର, ଡା.ତୁଷାର କାନ୍ତି ନାୟକ ପ୍ରମୁଖ ଲିଖିତ ଭାବରେ ଦାବୀ କରିଛନ୍ତି ।

new life
You might also like
error: Content is protected !!