News
lipub
samparksetu

ହୃଦଘାତ ରେ ଯୁବକ ମୃତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଇଶ୍ୱରା ପାଳ ଗ୍ରାମର ଜଣେ ଯୁବକ ଆଜି ହୃଦ୍ ଘାତ ରେ ମୃତ୍ୟୁ ବରଣ କରିଥିବାର ଜଣାଯାଇଛି। ଖବର ରୁ ଜଣା ଯାଏ ଏହି ଗ୍ରାମର ବିରଞ୍ଚି ଦେହୁରୀ ଙ୍କ ପୁଅ ଅର୍ଜ୍ଜୁନ ଦେହୁରୀ (୧୮) ଆଜି ସକାଳେ ସାଇକେଲ ଯୋଗେ ନିକଟସ୍ଥ ଫାର୍ମ କୁ ଯାଉଥିବା ବେଳେ ହଠାତ ତଳେ ପଡି ଅଚେତ ହୋଇ ଯାଇଥିଲେ।

ତାଙ୍କୁ ତୁରନ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାସୋଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର କୁ ହସ୍ତାନ୍ତର କରିଥିଲେ। ଅର୍ଜ୍ଜୁନ ଙ୍କ ଅକାଳ ବିୟୋଗ ରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

new life
You might also like
error: Content is protected !!