News
lipub
samparksetu

ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଆମ୍ବବାହାଳୀ ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କ ପୁଅ ରାମଚନ୍ଦ୍ର(୨୩)ଙ୍କର ଗତକାଲି ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ର କୈ।ଣସି କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ବହ୍ଲଭ ଗ୍ରାମ ଗଞ୍ଜା ପୋଲିଆ ଠାରେ ବାଇଁଶିଆ ଛକ ଆଡ଼ୁ ଯାଉଥିବା ଏକ ଟ୍ରାକ୍ଟର ସହିତ ତାଙ୍କର ମୁଁହାମୁହି ଧକ୍କା ହୋଇଥିଲା।

ଫଳରେ ଟ୍ରାକ୍ଟରଟି ତାଙ୍କ ବାଇକ୍ ଉପରେ ଚଢ଼ି ଯାଇଥିଲା। ତାଙ୍କ ବାଇକ୍ ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗୁରୁତର କ୍ଷତ ହୋଇଥିଲା। ତାଙ୍କୁ ସ୍ଥାନୀୟ ପରିବାର ଲୋକ ୧୦୮ଯୋଗେ ଢ଼େଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରାକ୍ଟରଟି ଦୁର୍ଘଟଣା ଘଟାଇ କରମୂଳ ଆଡ଼କୁ ଦ୍ରୁତ ଗତିରେ ପଳାଇ ଯାଇଛି । ଯୋରନ୍ଦା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଟ୍ରାକ୍ଟର କୁ ଜବତ କରି ଫାଣ୍ଡିକୁ ଆଣିଥିଲା । ମୃତ୍ୟୁ ଖବର ପାଇବା ଫଳରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମୃତ ରାମଚନ୍ଦ୍ର ବ୍ରହ୍ମାଙ୍କର ଏକମାତ୍ର ପୁଅ ଥିଲେ ।

new life
You might also like
error: Content is protected !!