News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାପ୍ରଶାସନର ପ୍ରତିଶୃତି ପରେ ଜୁଲାଇ ୧୨ ତାରିଖରେ ସ୍ଥଗିତ ହେଲା ଢେଙ୍କାନାଳ ବନ୍ଦ ଡାକରା

ଢେଙ୍କାନାଳ ସହରରେ ଥିବା ପୁରାତନ ବଡ଼ ବଡ ପୋଖରୀରୁ ଆମ ପୋଖରୀ ଯୋଜନାରେ ପ୍ରାୟ ୯ କୋଟି ଟଙ୍କା ଖର୍ଚ୍ଚ ହୋଇ ପଙ୍କ ଉଦ୍ଧାର କାର୍ଯ୍ୟ ଠିକ୍ ରେ ନହୋଇ ପଙ୍କ ଗୁଡିକ ବାହାରକୁ ନିଷ୍କାସନ ନକରି ପୋଖରୀ ହୁଡ଼ାର ଭିତର ପାର୍ଶ୍ଵରେ ପକାଇ ପୋଖରୀ ଗୁଡିକର ଆୟତନ କମ୍ କରୁଥିଲେ । ପୋଖରୀ ସୁରକ୍ଷା ସମିତି ଏହାକୁ ଦୃଢ଼ ପ୍ରତିବାଦ କରି ଆସନ୍ତା ଜୁଲାଇ ୧୧ ତାରିଖରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବା ସହିତ ଆସନ୍ତା ଜୁଲାଇ ୧୨ ତାରିଖରେ ଢେଙ୍କାନାଳ ସହର ବନ୍ଦ ଡାକରା ଦେଇଥିଲେ ।

ଢେଙ୍କାନାଳ ଜିଲ୍ଲପାଳଙ୍କ ନିର୍ଦେଶରେ ଅତିରିକ୍ତ ଜିଲ୍ଲପାଳ ପୌର ନିର୍ବାହୀ ଅଧିକାରୀ, ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଢେଙ୍କାନାଳ ସହର ପୋଖରୀ ସୁରକ୍ଷା ସମିତିର କର୍ମକର୍ତ୍ତା ଲିଖିତ ପ୍ରତିଶୃତି ଦେଲେ ଯେ ଆସନ୍ତା ୧୫ ଦିନ ମଧ୍ୟରେ କାମ ହେଉଥିବା ସମସ୍ତ ପୋଖରୀ ଭିତର ପଙ୍କ ପୋଖରୀ ବାହାରକୁ ନିଷ୍କାସନ କରାଯିବ ଏବଂ ଏହି କାମକୁ ଯୁଦ୍ଧ କାଳୀନ ଭିତ୍ତିରେ କରାଯିବ । ଅତିରିକ୍ତ ଜିଲ୍ଲପାଳଙ୍କ କଥାକୁ ପୋଖରୀ ସୁରକ୍ଷା ସମିତି ସମ୍ମାନ ଦେଇ ଆସନ୍ତା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ବନ୍ଦ ଡାକରାକୁ ସ୍ଥଗିତ ରଖିଲେ । ଯଦି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିରେ ଖିଲାପ କରନ୍ତି ତେବେ ପୋଖରୀ ସୁରକ୍ଷା ସମିତି ପରବର୍ତ୍ତୀ ପଦକ୍ଷେପ ନେବ ।

new life
You might also like
error: Content is protected !!