News
WhatsApp Image 2023-10-04 at 17.25.00
samparksetu

ଦନ୍ତା ଆକ୍ରମଣରେ ମହିଳା ଗୁରୁତର।

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ମୁକ୍ତାପଶି ଗାଁର ସରୋଜ ନାୟକଙ୍କ ସ୍ତ୍ରୀ ରଚନା ନାୟକ।

ରଚନା ଶୌଚ ହେବା ପାଇଁ ଘର ପାଖ ଅଙ୍ଗାରପାଟିଆ ନିକଟକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରଚନାଙ୍କର ଏକ ଦେଢ଼ ମାସର ଶିଶୁ ରହିଥିବା ଜଣାପଡିଛି। ସେପଟେ ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ, ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପହଞ୍ଚି ଗୁରୁତରଙ୍କ ପରିବାର ଲୋକଙ୍କୁ ୫ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ପ୍ରଦାନ କରିଥିଲେ।

new life
You might also like
error: Content is protected !!