News
lipub
samparksetu

ଦୁଇ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ , ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ଜଣଙ୍କ କାମାକ୍ଷାନଗର କଲେଜ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବା ସୂଚନା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଖବର ପାଇ କାମାକ୍ଷାନଗର ପୋଲିସ କଲେଜରେ ଜଣେ ଛାତ୍ରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଦେଇଛି। ତେବେ ମୋବାଇଲ ଗେମ ଖେଳରୁ ମହାଭାରତ ସୃଷ୍ଟି ହୋଇଥିବା ଜଣାପଡିଛି। ଜଣେ ଛାତ୍ର ମୋବାଇଲ ଗେମ ଖେଳୁଥିବା ବେଳେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଉଚ୍ଚ ସାଉଣ୍ଡ ନକରିବା ପାଇଁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଜଣେ ଛାତ୍ର ଏକ କାଠ ଫାଳିଆରେ ଅନ୍ୟ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ସେ ଗୁରୁତର ହୋଇଥିଲେ। ଏ ନେଇ ବିଦ୍ୟାଳୟରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ଓ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବୁଝାସୁଝା ପରେ କଲେଜ ଶାନ୍ତ ପଡିଥିଲା।

new life
You might also like
error: Content is protected !!