News
lipub
samparksetu

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !

କାମାକ୍ଷାନଗର ବ୍ଲକ ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଶ୍ରୀମୂଳା ରଗୁଡିତଳ ଠାରେ ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ଏହି ଗ୍ରାମର କୁଶେଇ ପରିଡ଼ା(୭୨) ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ।

ସୂଚନା ଅନୁଯାୟୀ ,ସେ ଶୌଚ ହେଇ ଫେରିବା ସମୟରେ ଅଘଟଣ ଘଟିଥିବା ଜଣାପଡିଛି। ତାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି କଟକ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧା ଗାଁରେ ତାଙ୍କର ମୃତ ଶରୀର ପହଁଞ୍ଚି ନାହିଁ। ସେ ଏ ଅଞ୍ଚଳର ଭୂଦାନ ଆନ୍ଦୋଳନର ଜଣେ ଆଗ ଧାଡିର ନେତା ଥିଲେ। ମୃତ ବୃଦ୍ଧଙ୍କ ପରିବାର ବହୁତ ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

new life
You might also like
error: Content is protected !!