News
lipub
samparksetu

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ଅରଖ ପାଳ ଗ୍ରାମର ରମେଶ ନାୟକ। ରମେଶ ଆଜି ବାଇକ ଯୋଗେ ବଡମୁକ୍ତାପଶି ଗ୍ରାମ ରୁ ଘର ଅରଖପାଳ ଗ୍ରାମକୁ ଫେରୁଥିବା ବେଳେ ମଠକରଗୋଳା ଗ୍ରାମ ନିକଟରେ ପଛପଟୁ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା।

ଫଳରେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡି ରହିଥିଲେ। ସ୍ଥାନିୟ ଲୋକେ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥାରେ ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

new life
You might also like
error: Content is protected !!