News
lipub
samparksetu

ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ନିକଟ ଏକ ଆମ୍ବଗଛରେ ଯୁବକଙ୍କ ମୃତ ଦେହ ଆଜି ଝୁଲୁଥିବାର ଦେଖିବାକୁ ମିଳିଛି ।ଯୁବକ ଜଣକ ଏକ କଳାରଙ୍ଗର ହାପପ୍ୟାଣ୍ଟ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ପାଦରେ ଚପଲ ମଧ୍ୟ ପିନ୍ଧିଛନ୍ତି।

ବାଙ୍ଗୁରା ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଗୋଟିଏ ଆମ୍ବଗଛରେ ଦଶଫୁଟ ଉଚ୍ଚତାରେ ଗାମୁଛାରେ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି , ତେବେ ମୃତ ଯୁବକଙ୍କ ପରିଚୟ ମିଳି ନଥିବା ଜଣାପଡ଼ିଛି।

new life
You might also like
error: Content is protected !!