News
lipub
samparksetu

ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ଭଡାଘରେ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା ଗ୍ରାମର ମାନସ ରାଉତ।

ସୂଚନା ମୁତାବକ ଉଭୟ ମାନସ ଓ ତାର ସ୍ତ୍ରୀ କାମାକ୍ଷାନଗର ଥାନା ଜିରିଡାମାଳି ଠାରେ ଭଡାରେ ରହିଆସୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା। ଝଗଡାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଭଡାଘରେ ସ୍ବାମି ମାନସ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀ ଜାଣିବା ପରେ ପଡୋଶୀଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

new life
You might also like
error: Content is protected !!