News
lipub
samparksetu

ଗାଡି ଧକ୍କାରେ ମେଡିକାଲ କର୍ମଚାରୀ ମୃତ ; କ୍ଷତିପୁରଣ ଦାବିରେ ଜାତୀୟରାଜପଥ ଅବରୋଧ

ଅଜଣା ଗାଡି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରି ମଙ୍ଗରାଜ ନାଏକ। କ୍ଷତିପୁରଣ ଦାବିରେ ୫୩ ନଂ ଜାତୀୟରାଜପଥ ଟାଙ୍ଗରପଡା ଠାରେ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନାଅନୁଯାୟୀ , ମଙ୍ଗରାଜଙ୍କ ଘର ଭୂବନ ଥାନା ମୂରୁଗା ଗ୍ରାମରେ ହୋଇଥିବା ବେଳେ ତାଙ୍କ ଶଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷାନଗର ମେଡିକାଲରେ ସଫେଇ କର୍ମଚାରୀ ଭାବେ ଡ୍ୟୁଟି କରୁଥିଲେ।ତେବେ ସବୁଦିନ ଭଳି ଆଜି ମଧ୍ୟ ସକାଳେ ସାଇକେଲ ଯୋଗେ ମେଡିକାଲକୁ ଆସୁଥିବା ବେଳେ ଟାଙ୍ଗରପଡା ଠାରେ ଅଜଣା ଗାଡି ଧକ୍କା ଦେଇଥିବାର ଜଣାପଡିଛି।

ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ତେବେ ଏହାକୁ ନେଇ ସ୍ଥାନିୟ ବାସିନ୍ଦା ଓ ପରିବାର ଲୋକଙ୍କ ତରଫରୁ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି, ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ବହୁ ଗାଡି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ଦ୍ୱାରା ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!