News
lipub
samparksetu

୪ କେଜି ବାରହା ମାଂସ ଜବତ, ୩ ଗିରଫ

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଚଢେଇରଗଡା ନିକଟରୁ -ବାରହାକୁ ଶିକାର କରାଯାଇ ମାଂସ ଭାଗ ବଣ୍ଟା ବେଳେ ମାଡିବସିଲା ବନବିଭାଗ। ତାଙ୍କ ନିକଟରୁ ୪ କେଜି ମାଂସ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ।

ସେମାନେ ହେଲେ କଙ୍କଡାହାଡ ଥାନା କାଠପାଳ ଅଞ୍ଚଳର ଲକ୍ଷ୍ମଣ ତିୟୁ,ବୈଦ୍ୟନାଥ ମୁର୍ମୁ,ଓ ମକରା ବେହେରା। ଏବଂ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବନବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ବନପାଳଙ୍କ ସମେତ କର୍ମଚାରି ମିଳିତ ଭାବେ ଏହିଠାରେ ଚଢାଉ କରିଥିଲା।ଦିର୍ଘଦିନ ହେବ ଶିକାରି ମାନେ ଅତି ଚତୁରତାର ସହ ଶିକାରି ମାନେ ବନ୍ୟଜନ୍ତୁକୁ ଶିକାର କରି ତାର ମାଂସକୁ ବିକ୍ରି କରିବାରେ ସକ୍ଷମ ହେଉଥିଲେ।

new life
You might also like
error: Content is protected !!