News
lipub
samparksetu

ଯୁବକଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଖଜୁରିଆ ପାତ୍ର ସାହିରେ ଗତ ଦୁଇ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଏକ ମେଳା ଚାଲୁଥିବା ସମୟରେ ମାନସ ନାଏକ ନାମକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ପନିକି ସାହାଯ୍ୟରେ ସେହି ପାତ୍ର ସାହିର ବୁଦ୍ଧିଆ ପାତ୍ରକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରି ମୁଣ୍ଡ, ବେକ, ହାତ ଓ ପିଠିକୁ ହାଣି ଦେଇଅଛି।

ଏ ବାବଦରେ ଗତ ତିନି ତାରିଖରେ କଙ୍କଡ଼ାହାଡ଼ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ନ ଧରି ଏହାକୁ ଏକ ଗାଡ଼ି ଦୁର୍ଘଟଣାର ରୂପ ଦେଇ ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରୁଅଛି। ଆକ୍ରମଣର ଶିକାର ହୋଇଥିବା ବୁଦ୍ଧିଆ ଛେଳି ଚରାଇ ତା ବିଧବା ମାର ଦାୟିତ୍ଵ ନେଉଥିବା ବେଳେ ଚିକିତ୍ସା ପାଇଁ ଏବେ ଟଙ୍କା ଅଭାବରୁ ଠିକରେ ଚିକିତ୍ସା ହୋଇ ପାରୁନାହିଁ। ଏଣେ ଅଭିଯୁକ୍ତକୁ ପୋଲିସ ନବାନ୍ଧି ସାଧାରଣ ଜନତାଙ୍କ ଉପରୁ ବିଶ୍ୱାସ ହରାଉଥିବା ଦେଖାଦେଉଛି।

new life
You might also like
error: Content is protected !!