News
lipub
samparksetu

କାନ୍ଥ ଭୁଶୁଡି ଶାଶୁ ମୃତ,ବୋହୁ ଗୁରୁତର !

କାନ୍ଥ ଭୁଶୁଡି ଶାଶୁ ମୃତ,ବୋହୁ ଗୁରୁତର । ମୃତକ ଜଣଙ୍କ ହେଲେ କଙ୍କଡାହାଡ ଥାନା ତରାଜଙ୍ଗ ଗ୍ରାମର ଶାଶୁ କଦଳି ସାହୁ ଏବଂ ଗୁରତର ବୋହୁ ହେଲେ ରିନା ସାହୁ। ଶୋଇଥିବା ବେଳେ ବିଳମ୍ବିତ ରାତିରେ କାନ୍ଥ ଖସି ପଡିଥିଲା।ଯାହା ଫଳରେ ଘଟଣା ସ୍ଥଳରେ ହିଁ କଦଳି ସାହୁଙ୍କର ମୃତ୍ୟୁ ଘଟିଥିଲା। ଘରଟି ଚାଳଛପର ଘର ହୋଇଥିବାରୁ ଅତ୍ୟଧିକ ବର୍ଷା ହେବା କାରଣରୁ ଘରେ ପାଣି ଗଳିବା ସାଙ୍ଗକୁ ମାଟି କାନ୍ଥ ଦୂର୍ବଳ ଥିଲା।

ଗତକାଲି ବିଳମ୍ବିତ ରାତିରେ ଶାଶୁ ବୋହୁ ଶୋଇଥିବା ବେଳେ କାନ୍ଥଟି ଭୁଶୁଡି ପଡିଥିଲା। ପରିବାର ଲୋକ ସଙ୍ଗେସଙ୍ଗେ ଉଭୟ ଶାଶୁ ଓ ବୋହୁଙ୍କୁ ଉଧାର କରିଥିଲେ ମଧ୍ୟ ଶାଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ବୋହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି। ଘଟଣା ସ୍ଥଳରେ ବିରାଶାଳ ଆର.ଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବଛେଦ ରିପୋର୍ଟ ଆସିବା ପରେ ସରକାରି ନିୟମ ଅନୁସାରେ ସରକାରି ସହାୟତା ଯୋଗାଇଦିଆଯିବ ନେଇ ସୂଚନା ଦେଇଛନ୍ତି।

new life
You might also like
error: Content is protected !!