News
lipub
samparksetu

ଶିକ୍ଷକ ସମସ୍ୟାକୁ ପ୍ରତିବାଦ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଅଭିଭାବକ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବୀରରୋଡ଼ ଜନପ୍ରଭା ହାଇସ୍କୁଲରେ ଶିକ୍ଷକ ସମସ୍ୟା ଓ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ସ୍କୁଲର ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ।

ସୂଚନା ଅନୁଯାୟୀ ,  ପୁରାତନ ସ୍କୁଲ ହୋଇଥିବା ବେଳେ ବର୍ତ୍ତମାନ ୧୩୮ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି। ତେବେ ଦୀର୍ଘଦିନ ହେଲା ସ୍କୁଲକୁ ୨ଜଣ କଳା ଶିକ୍ଷକ ଦେବାକୁ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

ତେବେ କଳା ଶିକ୍ଷକ ଦେବା ପରିବର୍ତ୍ତେ ଜଣେ ବିଜ୍ଞାନ ଶିକ୍ଷକଙ୍କୁ ଦିଆଯାଇଛି , ଉକ୍ତ ଶିକ୍ଷକ ଜଣକ କିଛିଦିନ ତଳେ କଙ୍କଡାହାଡ ରାମେଶ୍ୱର ହାଇସ୍କୁଲର ବିଜ୍ଞାନରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଦଣ୍ଡ ପାଇ ଏଠାକୁ ବଦଳି ହୋଇଛନ୍ତି ।ଯାହାକୁ ବିରୋଧ କରି ଖାଲି ଥିବା କଳା ଶିକ୍ଷକ ନିଯୁକ୍ତି ଓ ଦଣ୍ଡ ପାଇ ବଦଳି ହୋଇଥିବା ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ଆଜି ଧାରଣାରେ ବସିଲେ ।

new life
You might also like
error: Content is protected !!