News
lipub
samparksetu

ଅଙ୍ଗନୱାଡି ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି ପାଇଁ ଉକ୍ତ ବ୍ଲକର ସମନ୍ଵିତ ଶିଶୁବିକାସ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିସୂଚନା ସଂଖ୍ୟା – ୬୫୮ଅନୁଯାୟୀ ତା ୧୮- ୧୦- ୨୦୨୧ରିଖରେ ପ୍ରକାଶ ପାଇଥିଲା ।

ଏଥି ନିମନ୍ତେ ତା -୨୬-୧୦ -୨୦୨୧ ସକାଳ ୧୧ଘଟିକା ସମୟରେ ବ୍ଲକର ସିଡିପିଓଙ୍କ ଅଧ୍ୟକ୍ଷତାରେ ରୋଡଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ପଦବୀ ପାଇଁ ସୁପର ଭାଇଜର ,ସରପଞ୍ଚ ,ୱାର୍ଡ଼ ମେମ୍ବର ,ସ୍ୱାସ୍ଥ୍ୟ କର୍ମୀ ,ଆଶା କର୍ମୀ , ଅଙ୍ଗନୱାଡ଼ି ଶିକ୍ଷକ ଓ ଗ୍ରାମର ମହିଳା ସମୂହକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ପଦବୀ ପାଇଁ ୫ଜଣ ଆବେଦନ କାରୀଙ୍କୁ ସାଧା କାଗଜରେ ଦରଖାସ୍ତ ଲେଖିବା ସହ ନିଜ ନିଜର ଅବିକଳ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଦାଖଲ କରିବାକୁ ସିଡିପିଓ କହିଥିଲେ ।କିନ୍ତୁ ଏମାନଙ୍କ ମଧ୍ୟରୁ ୩ଜଣ ଲେଖା ପଢା କରିପାରି ନଥିବାରୁ ଏମାନଙ୍କୁ ଏଥିରୁ ବାଦ୍ ଦିଆଯାଇଥିଲା ।ଏଥିରେ ଯେଉଁ ଅବଶିଷ୍ଟ ୨ଜଣ ରହିଥିଲେ ଏମାନଙ୍କ ମଧ୍ୟରେ ଯାହାର ଶିକ୍ଷାଗତ ଯୋଗ୍ୟତା ଓ ଲୋକ ସମର୍ଥକ ତାଙ୍କୁ ନିଯୁକ୍ତି ଦିଆଯିବ ବୋଲି ସିଡିପିଓ ଉକ୍ତ ସଭାରେ ଆଲୋକପାତ କରିଥିଲେ । ଏହି ନିଯୁକ୍ତି କ୍ଷେତ୍ରରେ ସାଧାକାଗଜରେ କାହାର କେତେ ସମର୍ଥକ ସେଥି ପାଇଁ ଦସ୍ତଖତ କରାଯାଇଥିଲା ।

ସଭାସ୍ଥଳରେ ସମସ୍ତଙ୍କ ଉପସ୍ଥିତରେ ୪୧ଜଣ ରେଖା ପ୍ରଧାନଙ୍କ ସପକ୍ଷରେ ଦସ୍ତଖତ ଦେଇଥିବା ବେଳେ ମାମିନା ସାହୁଙ୍କୁ ୧୯ଜଣ ସମର୍ଥକ ଦସ୍ତଖତ ଦେଇଥିଲେ ।ଏତଦ୍ ବ୍ୟତୀତ ଉଭୟ ପକ୍ଷଙ୍କୁ ଅଲଗା ଅଲଗା ବସାଇ ସିଡିପିଓ ହାତ ଟେକି ସମର୍ଥନ କରିବାକୁ ଅନୁମତି ଦେଇଥିଲେ ।ଯାହାକି ଏଥିରେ ମଧ୍ୟ ରେଖା ପ୍ରଧାନଙ୍କ ସପକ୍ଷରେ ହାତ ଟେକିଥିବା ବେଳେ ନିଜେ ସିଡିପିଓ ଏହାର ଫଟୋ ଉଠାଇଥିବା ଜଣାପଡିଛି ।

କିନ୍ତୁ ରେଖା ପ୍ରଧାନଙ୍କ ସପକ୍ଷରେ ଏତେ ପରିମାଣରେ ଥାଇ ମଧ୍ୟ ତାଙ୍କୁ ରେଜୁଲେଶନ କିମ୍ବା ନିଯୁକ୍ତି ଦେବାର ସନ୍ଦେହ ରହିଲା କେଉଁଠି ? ଉଦ୍ଦେଶ୍ୟ ମୂଳକ ଭାବେ ବାହାନା କରି ଅଫିସରେ କାମ କରି ଅଙ୍ଗନୱାଡ଼ି ଶିକ୍ଷକ ହାତରେ ଦେଇଦେବି କହିବା ଛଳନା ରଖି ଉକ୍ତ ସଭାକୁ ସାଙ୍ଗ କରିଥିଲେ ।ପୁନର୍ବାର ଉକ୍ତ ପଦବୀ ପାଇଁ ଅଧିସୂଚନା ସଂଖ୍ୟା ୬୭୭ ଅନୁଯାୟୀ ୨୮- ୧୦ – ୨୦୨୧ ରିଖ ସକାଳ ୧୧ ଘଟିକା ସମୟରେ ମହିଳା ସମୂହ ମାନଙ୍କୁ ନେଇ ବୈଠକ କରାଯିବାକୁ ନିଷ୍ପତ୍ତି ନେଇ ସଭା ସ୍ଥଳକୁ ଆସିଥିଲେ ।

ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ନିଯୁକ୍ତି ନଦେବାରୁ ମହିଳା ସମୂହ ମିଶି ଏହାକୁ ତୀବ୍ର ବିରୋଧ କରିଥିଲେ ।ଫଳରେ ସଭା ନକରି ଫେରିଯାଇଥିଲେ ।ଏତେ ପରୀକ୍ଷା ନିରୀକ୍ଷା ଓ ସମର୍ଥକ ଥାଇ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା କରାଯାଇଛି ସେଥି ପାଇଁ ଅସନ୍ତୋଷ ଦେଖାଦେଇଛି ।ତୁରନ୍ତ ରେଖା ପ୍ରଧାନଙ୍କୁ ନିଯୁକ୍ତି ନଦେଲେ ଆଗାମୀ ଦିନରେ ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସମର୍ଥକ ମାନେ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!