ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣୀ ପଂଚାୟତ ର ଭଗବସା ଗାଁ ରେ ଆଜି ସନ୍ଧ୍ୟା ରେ ଗୋଟିଏ ଅଘଟଣ ଘଟିଯାଇଛି l ସେହି ଗାଁ ର ପାଣ୍ଡିଆ ପ୍ରଧାନ ଙ୍କ ସ୍ତ୍ରୀ ରତନୀ ପ୍ରଧାନ ରୋଷେଇ କରୁଥିବା ସମୟ ରେ ଅସାବଧାନତା କାରଣ ରୁ ଚୁଲ୍ଲୀ ରୁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା l
ନିଆଁ ଲାଗିବାର ଦେଖି ସଙ୍ଗେ ସଙ୍ଗେ ଘର ଲୋକ ନିଆଁ ଲିଭାଇ ଥିଲେ କିନ୍ତୁ ସେତେବେଳକୁ ଦେହରୁ ବହୁତ ଅଂଶ ପୋଡି ଯାଇଥିଲା l ତାଙ୍କ ଘର ଲୋକ ସଙ୍ଗେ ସଙ୍ଗେ ଅଟୋ ଟିଏ ଭଡା କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଳୟ ରେ ଭର୍ତ୍ତି କରିଥିଲେ l ସେଠି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l
