News
WhatsApp Image 2023-10-04 at 17.25.00
samparksetu

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ପୁତୁରା ଅସହାୟ କରିଦେବା ଘଟଣା ,ଉପ ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଅସହାୟ ବୃଦ୍ଧାଙ୍କ ଧନସମ୍ପତ୍ତି ହଡ଼ପ କରିବା ପରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଘରୁ ତଡ଼ିଦେଇଛି ସମ୍ପର୍କୀୟ ପୁତୁରା । ଅସୁସ୍ଥ ବୃଦ୍ଧା ଏକ କୁଡ଼ିଆ ଘରେ ଦିନ କାଟୁଛନ୍ତି ।ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପ୍ରଶାସନିକ ଅଧିକାରୀ ଗାଁରେ ପହଁଚି ଘଟଣା ତଦାରଖ କରିଛନ୍ତି ।

ସୂଚନା ଅନୁଯାୟୀ , କଙ୍କଡାହାଡ଼ ବ୍ଲକ ରୋଡ଼ଙ୍ଗ ଗାଁର ଚମ୍ପା ସିଂହ (୮୩)ଙ୍କ କେହି ସନ୍ତାନ ନଥିବା ହେତୁ ସମ୍ପର୍କୀୟ ପୁତୁରା ପାଖରେ ରହି ଆସୁଥିଲେ । କିନ୍ତୁ ପୁତୁରା ଭତ୍ତା ଟଙ୍କା ରାସନ କାର୍ଡ ,ଜମି କାଗଜ ପତ୍ର ଆଦି ହଡ଼ପ କରି ବୃଦ୍ଧାଙ୍କୁ ଘରୁ ତଡ଼ି ଦେଇଥିଲା ।

ଏ ସମ୍ପର୍କରେ ସମସ୍ତ ଘଟଣା ବୁଝିବା ସହ ସମ୍ପର୍କୀୟ ପୁତୁରାକୁ ତାଗିଦ କରି ବୃଦ୍ଧାଙ୍କ ସମସ୍ତ ଜିନିଷ ପତ୍ର ଫେରାଇବାକୁ କହିଥିଲେ ଅଧିକାରୀ ।ଏବଂ ବୃଦ୍ଧା ତାଙ୍କର ଭଉଣୀ ପୁଅ ପାଖରେ ରହିବାର ବ୍ୟବସ୍ଥା କରାଇଥିଲେ ।

new life
You might also like
error: Content is protected !!