News
lipub
samparksetu

ହାତୀ ଦ୍ୱାରା ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

କଙ୍କଡାହାଡ଼ ବ୍ଲକର ଜନସାଧାରଣ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ବର୍ଷ ସାରା ଧାନ ଚାଷ ରୁ ଯାହା କିଛି ଧାନ ଅମଳ ହୁଏ ନିଜେ ଖାଇବା ପାଇଁ ସଞ୍ଚିତ କରିଲା ପରେ ବଳକା ଧାନ କୁ ବିକ୍ରି କରି ବର୍ଷ ସାରା ପରିବାର ପ୍ରତିପୋଷଣ କରିଥାନ୍ତି ।ଚଳିତ ବର୍ଷ ବର୍ଷା ବିଳମ୍ବରେ ହେଇଥିବାରୁ ଚାଷୀ ମାନେ ଧାନ ତଳି କୁ ପାଣି ବୋହି ବହୁତ କଷ୍ଟରେ ବଞ୍ଚାଇ ଥିଲା ବେଳେ ବହୁତ ଜାଗାରେ ହାତୀ ଦ୍ୱାରା ଧାନ ତଳି କୁ ନଷ୍ଟ କରିଥିବାର ନଜିର ଅଛି।

ଏବେ ଚାଷୀ ମାନଙ୍କ ଜମିରେ ବେଉଷଣ ହେଇଥିବା ଧାନ ଫସଲ କୁ ହାତୀ ପଲ ଦଳି ଚକଟି ନଷ୍ଟ କରୁଥିବାରୁ ଚାଷୀ ମାନେ ଚିନ୍ତାରେ ଅଛନ୍ତି ।ଚାଷୀ ଜମିରେ ଚାଷ କରିବା ପାଇଁ ଧାର କରଜ କରି ସାର,ବିହନ,କୀଟନାଶକ ବ୍ୟବହାର କରି ନିଜେ ଶ୍ରମ କରି ବେଉଷଣ କରିସାରିଲା ପରେ ଚାଷ ଆରମ୍ଭରୁ ହାତୀ ବେଉଷଣ ହେଇଥିବା ଧାନ ଫସଲକୁ ନଷ୍ଟ କରୁଥିବାରୁ ପୁଣି ଥରେ ଧାନ ତଳି କେଉଁଠୁ ଆଣି ଚାଷ ଜମିରେ ଧାନ ତଳି ରୁଆ ବେଉଷଣ କରିବେ ସେହି ଚିନ୍ତାରେ ଅଛନ୍ତି ଚାଷୀ କୁଳ ।

ଏମିତି କି ଚଳିତ ବର୍ଷ ବର୍ଷା ବିଳମ୍ବରେ ହେଇଥିବାରୁ ଚାଷ କାର୍ୟ୍ଯ ବିଳମ୍ବ ହେଇଅଛି ।ଦଶୀପୁର ଗାଁର ମହନ ସାହୁ,ପ୍ରଶାନ୍ତ ଦେହୁରୀ,ମନୋଜ ଦେହୁରୀ,ହେମନ୍ତ ଦେହୁରୀ,ଶ୍ରୀନିବାସ ସାହୁ ଙ୍କ ବେଉଷଣ ହେଇଥିବା ଧାନ ଫସଲ କୁ ହାତୀ ପଲ ଦଳି ଚକଟି ନଷ୍ଟ କରିଛି ।ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପାଇବା ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନେ ନିବେଦନ କରିଛନ୍ତି ।

new life
You might also like
error: Content is protected !!