News
lipub
samparksetu

ଅଗ୍ନିକାଣ୍ଡରେ ଉଜୁଡ଼ି ଗଲା ଆଖୁ କିଆରୀ

କଙ୍କଡ଼ାହାଡ଼ ଥାନା ୩ନଂ କଲୋନୀ ଅନ୍ତର୍ଗତ କଣ୍ଟାପାଳ ଗାଁରେ ଆଖୁ କିଆରୀରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ପ୍ରାୟ ୪ଏକର ଆଖୁ କିଆରୀ ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

ସୂଚନା ଅନୁଯାୟୀ , କାମାକ୍ଷାନଗର ଥାନା ଖଟଖୁରା ଗାଁର ନୀଳମଣି ପାତ୍ର ନିଜ ମାମୁଁ ଘର କଣ୍ଟାପାଳ ଗାଁରେ ରହି ଧାର କରଜ କରି ମାମୁଁଙ୍କ ଚାଷ ଜମିରେ ଆଖୁ ଚାଷ କରିଥିଲେ। ବହୁତ ଭଲ ଆଖୁ ମଧ୍ୟ ହୋଇଥିଲା। ତେବେ ଆଜି କୌଣସି କାରଣ ବଶତଃ ଆଖୁ କିଆରୀରେ ଅଗ୍ନିକାଣ୍ଡ ଘଟିଥିଲା। ନିଜ ଆଖି ସାମ୍ନାରେ କ୍ଷଣକରେ ଜଳିଗଲା ସମ୍ପୂର୍ଣ୍ଣ ଆଖୁ କିଆରୀ। ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଆଖୁ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଘଟଣା ସ୍ଥଳରେ ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଥିଲା। ଆଖୁ କିଆରୀ ନଷ୍ଟ ହେବା ପରେ ଭାଙ୍ଗି ପଡିଛନ୍ତି ନୀଳମଣି। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି।

new life
You might also like
error: Content is protected !!