News
WhatsApp Image 2023-10-04 at 17.25.00
samparksetu

କାଉଁରିଆପାଳ ପ୍ରିମିୟର ଲିଗ୍ ଉଦଯାପିତ, ଚାନ୍ଦପୁର ଚାମ୍ପିୟନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ୍ -୨୦୨୪ ଉଦଯାପିତ ହୋଇଯାଇଛି ।

ଫାଇନାଲ ମ୍ୟାଚରେ ଚାନ୍ଦପୁର ଓ ଆଠଗଡ଼ ଏକ ସିରିଜ ଫର୍ମାଟରେ ପରସ୍ପରକୁ ସାମ୍ନା କରିଥିଲେ ।

ନିର୍ଦ୍ଧାରିତ ମୋଟ ୩ ମ୍ୟାଚ ରୁ ପ୍ରଥମ ୨ ମ୍ୟାଚ ଜିତି ଚାନ୍ଦପୁର ଚାମ୍ପିୟନ ହୋଇଛି ।

ଫାଇନାଲ ରେ ପ୍ରଥମ ମ୍ୟାଚକୁ ଅତିସହଜରେ ଚାନ୍ଦପୁର ଜିତିଯାଇଥିଲା । କେବଳ ୨ୟ ମ୍ୟାଚକୁ ଜିତି ଚମ୍ପିୟାନ ହେବାପାଇଁ ଆଠଗଡ଼ ଦେଇଥିବା ବିଶାଳ ବିଜୟଲକ୍ଷ୍ୟ ସ୍କୋର କୁ ପିଛା କରୁଥିବା ବେଳେ ଅନ୍ତିମ ୨ ଓଭରରେ ୩୦ ରନ ଆବଶ୍ୟକ କରୁଥିଲା ଚାନ୍ଦପୁର ।

ଆଠଗଡ ଠାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଚାନ୍ଦପୁର ର ଲିକୁ ଗୋଟିଏ ଓଭରରେ ଲଗାତାର ୪ ଛକା ହାସଲ କରି ମ୍ୟାଚକୁ ଛଡାଇନେବା ସହ ଚାନ୍ଦପୁର କୁ ବିଜୟୀ କରାଇଥିଲେ ।ଆଠଗଡ଼ ର ସିତୁ ସର୍ବାଧିକ ରନ ହାସଲ କରି ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଓଡ଼ାପଡ଼ା ବ୍ଲକ ୨ନଂ ଜୋନ ର ଜିଲ୍ଲା ପରିଷଦ ଶ୍ରୀ ବାଳକୃଷ୍ଣ ସାହୁ ଯୋଗ ଦେଇ ଚମ୍ପିୟାନ ଦଳ ଚାନ୍ଦପୁରକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ଗୁଣଦେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସୁବ୍ରତ କୁମାର ନାୟକ ଓ ପଞ୍ଚାୟତର ଗାଁ ଗୁଡିକର ସଭାପତି ମାନେ ଯୋଗଦେଇ ଅନ୍ୟ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଠ ଅମ୍ପାୟାର ବିବେଚିତ ହୋଇଥିବା ଆଲୋକ କୁମାର ନାୟକ ଙ୍କ ସମେତ ରଶ୍ମିରଞ୍ଜନ ନାୟକ, ମନୋଜ ମହାନ୍ତି ଓ ରୁଦ୍ରନାରାୟଣ ମହାନ୍ତି ଅମ୍ପାୟାରିଂ କରିଥିଲେ ।

ଧାରା ବିବରଣୀ ପ୍ରଦାନ କରିଥିଲେ କମେଣ୍ଟେଟର ବିଶ୍ୱଜିତ ସେଠି ଓ ସ୍ବରୂପ ନାୟକ ଏବଂ ସ୍କୋରିଂ ଦାୟିତ୍ବରେ ରହିଥିଲେ ସ୍କୋରର ଭାଗବତ ମହାନ୍ତି ଓ ଋତୁକାନ୍ତ ମହାନ୍ତି ।ଏହି ଟୁର୍ଣ୍ଣାମେଣ୍ଟକୁ ସୂଚାରୁରୂପେ ପରିଚାଳନା କରିଥିଲେ ମ୍ୟାନେଜର ବିଦ୍ୟୁତ କୁମାର ନାୟକ ।

new life
You might also like
error: Content is protected !!