News
lipub
samparksetu

କପିଳାସ ପୀଠରେ ମହାଶିବରାତ୍ରୀ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷିଦ୍ଧ , ପାଦଦେଶରେ ସ୍ଥାପନ ହେବ ଶ୍ରୀ ଜୀଉଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବରାତ୍ରୀ ଜାଗର ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ବାରବାଙ୍କ ରାସ୍ତାରେ ସ୍ଥାୟୀ ଆଲୋକିକରଣ କରାଯାଇ ପୀଠର ପାଦଦେଶରେ ଜୀଉଙ୍କର ମୂର୍ତ୍ତି ସ୍ଥାପନ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଜିଲ୍ଲାପାଳ ପାଳ କହିଛନ୍ତି । ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା , ଯାନବାହାନ ନିୟନ୍ତ୍ରଣର ସୁବ୍ୟବସ୍ଥା କରାଯିବା ସହ ସ୍ଥାନୀୟ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଙ୍କ ସହଯୋଗ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

ରାଜପୁରୋଧାଙ୍କ ନିର୍ଘଣ୍ଟ ଅନୁଯାୟୀ ରାତ୍ର ୩ ଟା ୫୫ମି ରୁ ବେଢ଼ା ପୂଜା , ବେଢ଼ା ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ କରାଯାଇ ୪ତା ୯ ମି ରେ ସମ୍ପୂର୍ଣ୍ଣ ହେବ । ଜାଗର ଯାତ୍ରାକୁ ବ୍ୟବସ୍ଥିତ ଭାବେ ଭାବେ ଆୟୋଜନ ନିମନ୍ତେ ଯାତାୟାତ ବ୍ୟବସ୍ଥା , ଗାଡ଼ି ପାର୍କିଂ ନିମନ୍ତେ ଭଡ଼ା ଧାର୍ଯ୍ୟ, ଏଲଇଡି ମାଧ୍ୟମରେ ପୀଠରେ ଏନମ ପାଦ ଦେଶରେ ପ୍ରଶାରଣ ହେବ । ମନ୍ଦିରରେ ପଲିଥିନ ବ୍ୟବହାର କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

new life
You might also like
error: Content is protected !!