News
WhatsApp Image 2023-10-04 at 17.25.00
samparksetu

ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କୁ ନେଇ ଜନ ଅସନ୍ତୋଷ

ସାମ୍ପ୍ରତିକ ସ୍ଥିତିରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ ହେଇଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ବ୍ୟଥିତ କରିଛି ।ଗ୍ରୀଷ୍ମପ୍ରବାହ ସମୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ରହିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରୁ ନାହିଁ ବିଦ୍ୟୁତ ବିଭାଗ ।

ସୂଚନା ଅନୁଯାୟୀ, ମହାବିରୋଡ଼ ଅଞ୍ଚଳର ୧୦ ଟି ପଂଚାୟତ ମହାବିରୋଡ଼, ଗଡ଼ପଳାଶୁଣି, ଝିଲ୍ଲୀ, ବାମ,କୁଟୁରିଆ, ଚାନ୍ଦପୁର, ଘଗାରାମୁଣ୍ଡା,ବିରିବୋଲେଇ,ପଙ୍ଗାତିରା, ଦଶୀପୁର ପଞ୍ଚାୟତରେ ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣ ନିର୍ଭରଶୀଳ ।ଏହି ଅଞ୍ଚଳର ମହାବିରୋଡ଼ ଠାରେ ଜନ ସାଧାରଣଙ୍କ ବିଦ୍ୟୁତ ସେବା ପାଇଁ ବିଦ୍ୟୁତ ସବଷ୍ଟେସନ ସ୍ଥାପନ କରାଯାଇଛି ।ବିନା ବର୍ଷା ପବନରେ ପ୍ରତିଦିନ ୪ ରୁ ୮ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ହେଉଛି ।ବର୍ଷା କି ପବନ ହେଲେ ୨୪ ରୁ ୪୮ ଘଣ୍ଟା ଅଞ୍ଚଳରୁ ଉଭାନ ହୁଏ ବିଦ୍ୟୁତ ।ମହାବିରୋଡ଼ ଠାରେ ଥିବା ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ କାଟ ଉପରେ ପଚାରିଲେ ଉତ୍ତର ମିଳେ ଚାଇପାଲ ଠାରେ ୩୩ ଗ୍ରୀଡ଼ ମରାମତି କାରଣରୁ ବିଦ୍ୟୁତ କାଟ ହେଉଛି ।ମହାବିରୋଡ଼ ଠାରୁ ଅଧିକ ଦୂରତା ଚାଇପାଳ ହେଇଥିବାରୁ ବଣ ଜଙ୍ଗଲ ଦେଇ ବିଦ୍ୟୁତ ଆସୁଥିବା କାରଣରୁ ଏମିତି ଅସୁବିଧା ହେଉଥିବା କର୍ମଚାରୀ ମାନେ କହୁଛନ୍ତି ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ତ୍ରାହି ତ୍ରାହି ଦେଉଥିଲା ବେଳେ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରୁଛି ।

ବିଶେଷ କରି କୁନିକୁନି ପିଲାମାନେ, ବୟସ୍କ ବ୍ୟକ୍ତିଙ୍କ ଦୁର୍ଦ୍ଦଶା ବଢି ଯାଇଛି ।ବିଦ୍ୟୁତ କାଟ ପ୍ରତିବାଦରେ ମହାବିରୋଡ଼ ବିଦ୍ୟୁତ ସବ ଷ୍ଟେସନ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ମହାବିରୋଡ଼ ଗ୍ରାମ ପଞ୍ଚାୟତ ପୂର୍ଵତନ ସରପଞ୍ଚ ଉମେଶ ଚନ୍ଦ୍ର ସାହୁ ।ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଅଞ୍ଚଳରେ ପ୍ରତିଦିନ ବିନା କାରଣରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଏଠି କାର୍ଯ୍ୟ କରୁଥିବା କର୍ମଚାରୀ ମାନେ କହୁଛନ୍ତି ଗ୍ରୀଡ଼ ମରାମତି କାରଣରୁ ବିଦ୍ୟୁତ କାଟ ହେଉଛି ।ଶ୍ରୀ ସାହୁ ଅନୁରୂପ ଅଭିଯୋଗ କରିଛନ୍ତି ରାଜ୍ୟରେ ସରକାର ପରିବର୍ତ୍ତନ ହେଲାପରେ ଜାଣିଶୁଣି ବିଦ୍ୟୁତ ବିଭାଗ ତରଫରୁ ୧୦ ରୁ ୧୨ ଘଣ୍ଟା ବିଦ୍ୟୁତ କାଟ କରାଯାଇଛି ।ଏ ସଂକ୍ରାନ୍ତରେ କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ବେହେରା କହିଛନ୍ତି ୩୩ ଗ୍ରୀଡ଼ ମରାମତି କାରଣରୁ ବିଦ୍ୟୁତ କାଟ ହେଇଥିଲା ।ଆଗାମୀ ଦିନରେ ମହାବିରୋଡ଼ ଠାରେ ୩୩ ଗ୍ରୀଡ଼ ଷ୍ଟେସନ ନିର୍ମାଣ ଓ ୨୪ ଘଣ୍ଟିଆ ବିଦ୍ୟୁତ ସେବା କରାନଗଲେ ଆନ୍ଦୋଳନ କରିବା ପାଇଁ ପୂର୍ବତନ ସରପଞ୍ଚ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!