News
WhatsApp Image 2023-10-04 at 17.25.00
samparksetu

ମହାବିରୋଡ଼ ଗାଁରେ ହାତୀ ଉତ୍ପାତ, ନଷ୍ଟ କଲେ କଦଳୀ ବଗିଚା

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ହାତୀ ଉତ୍ପାତ lଗତକାଲି ବିଳମ୍ବିତ ରାତିରେ ହାତୀ ଦଳି ମକଚି ନଷ୍ଟ କଲା କଦଳୀ ବଗିଚା ।ସୂଚନା ଅନୁସାରେ ମହାବିରୋଡ଼ ଗ୍ରାମର ଦୁହିତା ସ୍ୱାଇଁ, ଜମ୍ବେଇ ସ୍ୱାଇଁ, ଧନେଶ୍ୱର ସ୍ୱାଇଁଙ୍କ କଦଳୀ ବଗିଚା ଭିତରେ ପଶି ତାର ବାଡ଼ ଭାଙ୍ଗିବା ସହ କଦଳୀ ଗଛକୁ ଦଳି ମକଚି ନଷ୍ଟ କରି ଦେଇଛି ଦନ୍ତା ।

ପୂର୍ବରୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ବେଳେ ଏବେ ହାତୀ ବଗିଚା ନଷ୍ଟ କରିବାରୁ ଚିନ୍ତାରେ ଅଛନ୍ତି ଚାଷୀମାନେ।ଧାର କରଜ କରି କଦଳି ଚାଷ କରିଥିବା ବେଳେ ଏବେ ଅମଳ ପୂର୍ବରୁ ହାତୀ ଦ୍ୱାରା ବଗିଚା ଉଜାଡ଼ିବା ଫଳରେ ଚିନ୍ତାରେ ଚାଷୀ ପରିବାର ।ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିକଟରେ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି ।

new life
You might also like
error: Content is protected !!