News
lipub
samparksetu

ମହିମା ମହାବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ ଉତ୍ସବ ରେ ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଆଦିକନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ସନ୍ଧ୍ୟାରାଣୀ ବେହେରା ଅତିଥି ପରିଚୟ ଓ ସ୍ବାଗତ ଅବିଭାଷଣ ପ୍ରଦାନ କରିବା ସହ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ଉଦବୋଧନ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା କାଦମ୍ବିନୀ ପରିଡ଼ା, ନୂତନଭାବେ ବିଭାଗରେ ଯୋଗଦେଇଥିବା ଅଧ୍ୟାପିକା ଜୟଶ୍ରୀ ମହାନ୍ତି ଏବଂ ପରୀକ୍ଷା ଗାର ପ୍ରଦର୍ଶକ (Demonstrator) ଶ୍ରୀଯୁକ୍ତ ସୁବ୍ରତ ଦେହୁରୀ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପିକା ଜୟଶ୍ରୀ ମହାନ୍ତିଙ୍କୁ ଆନୁଷ୍ଠାନିକ ଭାବେ ବିଭାଗ ତରଫ ରୁ ସ୍ବାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ୩ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀ ମାନେ ଉପହାର ପ୍ରଦାନ କରିବା ସହ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ଅବିଭାଷଣ ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ସହଯୋଗୀ ଶ୍ରୀଯୁକ୍ତ ବନଜ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ସର୍ବ ଶେଷରେ ଯୁକ୍ତ ୩ ଦ୍ଵିତୀୟ ବର୍ଷ ର ଛାତ୍ରୀ ସତ୍ୟବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!