News
lipub
samparksetu

କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଯୁବକର ମୃତ୍ୟୁ

ଗତକାଲି ସନ୍ଧ୍ୟା ସମୟରେ କୂଅରୁ ଛେଳି ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ବଣିଆ ଗ୍ରାମର ପାତ୍ର କାଲୁଣ୍ଡିଆ ର ପୁଅ ଗୋପୀ କାଲୁଣ୍ଡିଆ (୩୮) ନିଜର ଘର ପାଖରେ ଥିବା ଏକ ଖୋଲା କୂଅରେ ଏକ ଛେଳି ଖସି ପଡିଥିଲା ଉକ୍ତ ଛେଳିକୁ ଉଦ୍ଧାର କରିବାକୁ ଯାଇ ଗୋପୀ ନିଜେ କୂଅ ରେ ଡେଇଁ ପଡିଥିଲା ,କିନ୍ତୁ ଛେଳି ସହିତ ଗୋପୀ ଦୀର୍ଘ ସମୟ ଧରି ନଆସିବାରୁ ଗ୍ରାମବାସୀ ମାନେ ଗଁଦିଆ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଉଭୟ ଗୋପୀ ଓ ଛେଳି ଛୁଆକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ଶ୍ୱାସ ରୁଦ୍ଧ କାରଣରୁ ଏହି ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଗୋପୀ ର ଶବ ଜବତ କରି ଢେଙ୍କାନାଳ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

new life
You might also like
error: Content is protected !!