News
lipub
samparksetu

କର୍ମଚାରୀ ଙ୍କ ଅବହେଳା ରୁ ଚାଲିଗଲା ଯୁବତୀଙ୍କ ଜୀବନ !

ଚିକିତ୍ସା ଅବହେଳାରୁ ଚାଲିଗଲା ଯୁବତୀ ଙ୍କ ଜୀବନ।ଏହିଭଳି ଅଭିଯୋଗ ଆସିଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରୁ । ମୃତ୍ୟୁ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।ମୃତକ ଯୁବତୀ ମଠକରଗୋଳା ର ରୋଜି ବେହେରା ବୋଲି ଜଣାପଡିଛି।

ସୂଚନା ଅନୁସାରେ ମଠକରଗୋଲା ଗ୍ରାମର ଦିଲୀପ ବେହେରା ଙ୍କ ଝିଅ ରୋଜି ବେହେରା ଙ୍କ ଦେହ ଅସୁସ୍ଥ ହେବା ରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା।ଯୁବତୀ ଙ୍କ ଅବସ୍ଥା ସଙ୍କଟପନ ଥିବା ହେତୁ ଡାକ୍ତର ଅକ୍ସିଜେନ ଲଗାଇବା ପାଇଁ କହିଥିଲେ,ମାତ୍ର କର୍ମଚାରୀ ଅକ୍ସିଜେନ ଲଗାଇବା ପରେ ସୁଇଚ ମାରିବା ଭୁଲି ଯାଇଥିଲେ। ଯାହା ଫଳରେ ଯୁବତୀ ଜଣକ ମୃତ୍ୟୁ ବରଣ କରିଥିଲେ।ଚିକିତ୍ସା ଅବହେଳା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଚିକିତ୍ସାଳୟ ରେ ଉତ୍ତେଜନା ପ୍ରକାଶ ପାଇଥିଲା।ପରେ ପୋଲିସ ପହଁଚି ବୁଝା ସୁଝା କରିଥିବର ଜଣା ପଡ଼ିଛି ।

new life
You might also like
error: Content is protected !!