News
lipub
samparksetu

ବେଗା ପଂଚାୟତରେ ନିର୍ବାଚନୀ ହିଂସା ବ୍ୟାନର ଚିରାକୁ ନେଇ ଗଣ୍ଡଗୋଳ ; ୪ ଆହତ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା ପୋଷ୍ଟର ଚିରାକୁ ନେଇ ଘଟିଛି ଗଣ୍ଡଗୋଳ ପୋଲିସ ଠାରୁ ପ୍ରକାଶ । ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମର ଅଷ୍ଟପ୍ରହରି ହେଉଥିବା ବେହେରା ସାହିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ବାନର ଟଙ୍ଗା ଯାଇଥିଲା ସେଠାରେ ଉକ୍ତ ସାହିର ୪ଜଣ ବ୍ୟକ୍ତି ଉପସ୍ଥିତ ରହିଥିଲେ ,ବିଳମ୍ବିତ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର କିଛି ସମର୍ଥକ ସେଠାରେ ପହଁଚି ଉକ୍ତ ବ୍ୟାନରକୁ ଚିରି ଦେଇଥିଲେ ଯାହା ଫଳରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବ୍ୟକ୍ତି ଏହାକୁ ବିରୋଧ କରିଥିଲେ ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ସହିତ ମାଡ଼ପିଟ ଘଟିଥିଲା ।

ଏଥିରେ ବ୍ୟାନର ଚିରାକୁ ପ୍ରତିରୋଧ କରୁଥିବା ୪ଜଣ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରୁ କଳାକାର ବେହୁରା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ, ଅନ୍ୟ ୩ଜଣ ସାଗର ସାହୁ ସୁନୀଲ ବେହୁରା ଓ କାଳନ୍ଦୀ ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଭୀମ ସେନ ସାହୁ ଙ୍କର ଲିଖିତ ଅଭିଯୋଗ ପରେ ପୋଲିସ ୭ ଜଣକ ନାମରେ କେଶ ନଂ ୪୧ରେ ମାମଲା ରୁଜୁ କରି ୨ଜଣ ହରସ ନାୟକ ଓ ସୂର୍ଯ୍ୟମଣି ନାୟକ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

new life
You might also like
error: Content is protected !!