ଗତ କାଲି ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ପଂଚାୟତରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ୨,୬, ୭ ମତଦାନ କେନ୍ଦ୍ର ରେ ନିହଲପ୍ରସାଦ ଗ୍ରାମର କିଛି ଯୁବକ ମତଦାନ ସମୟରେ କେନ୍ଦ୍ର ଭିତରେ ଜବର ଦସ୍ତ ପଶି ଭୋଟ ରିଗିଂ କରିଥିଲେ ।
ସେହିପରି ଉକ୍ତ ପଂଚାୟତର ୧୧ ନମ୍ବର ବୁଥ ରେ ମତଦାନ ସରିବାକୁ ଅଳ୍ପ ସମୟ ବାକିଥିବା ବେଳେ କିଛି ଯୁବକ ଉକ୍ତ କେନ୍ଦ୍ରରେ ଜବର ଦସ୍ତ ପଶି ପ୍ରିଜାଇଡିଂ ଅଫିସର ଙ୍କୁ ଆକ୍ରମଣ କରି ତାଙ୍କର ମୁଣ୍ଡକୁ ଫଟାଇ ଦେଇ ସେଠାରୁ ଭୋଟ ବାକ୍ସ କୁ ଜବର ଦସ୍ତ ନେଇ ପଳାଇଥିଲେ ଯାହାକୁ ନେଇ ସେଠାରେ ପ୍ରବଳ ଉତେଜନା ଦେଖା ଦେଇଥିଲା ଏହି ଘଟଣାରେ ସଂପୃକ୍ତ ଥିବାଉକ୍ତ ନିହଲପ୍ରସାଦ ଗ୍ରାମର ୬ ଜଣକ ନାମରେ ଯଥା ମାନସ ସାହୁ ବସନ୍ତ ସାହୁ ଅଜିତ ସାହୁ ସନ୍ଦୀପ ଜେନା ସୁଧାଂଶୁ ଧଳ ଓ ଅବନ୍ତି ଜେନା ଙ୍କୁ କେଶ ନଂ ୫୮ରେ ସ୍ଥାନୀୟ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
