News
lipub
samparksetu

ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ ,ଅଳ୍ପକେ ବର୍ତିଲେ ପାଚିକା

ନୂଆଭୁବନ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ପାଚିକା ମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଯାଇଥିଲେ ।

ତେବେ , ଏହି ଦୁର୍ଘଟଣାରେ ରୋଷେଇ ସାମଗ୍ରି ଜଳି ଯିବା ସହିତ ପରିବା, ଅଣ୍ଡା ପୋଡି ନଷ୍ଟ ହୋଇଯାଇଛି । ତେବେ ଏହି ବିଦ୍ୟାଳୟରେ ମୋଟ ୪୫୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୪ ଜଣ ଶିକ୍ଷକଶିକ୍ଷୟତ୍ରୀ ଶିକ୍ଷା ଦାନ କରୁଛନ୍ତି । ଏହି ବିଦ୍ୟାଳୟରେ ମୋଟ ଚାରି ଜଣ ପାଚିକା ରୋଷେଇ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ତେବେ ଗ୍ୟାସ ସିଲିଣ୍ଡରରେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଠ ରହିଛି। ଭୁବନ ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ଦିଆଯାଇଥିବା ଟ୍ରେନିଂର ସଦୁପୋଯୋଗ କଲେ ପାଚିକା। ଗ୍ୟାସ୍ ଚୁଲା ମରାମତି କରୁଥିବା ବେଳେ ଅପରେଟର ରବିନ୍ଦ୍ର କୁମାର ଦାସ ଆହତ ହୋଇ ଭୁବନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

new life
You might also like
error: Content is protected !!