News
lipub
samparksetu

ଧୂଳି ରେ ହନ୍ତସନ୍ତ ଗୁଣଦେଇ ବସଷ୍ଟାଣ୍ଡ ଅଞ୍ଚଳବାସୀ

ଓଡ଼ାପଡ଼ା ବ୍ଲକ ଗୁଣଦେଇ ବସଷ୍ଟାଣ୍ଡ ଠାରୁ ସୋରତ ପର୍ଯ୍ୟନ୍ତ ଯାଇଥିବା ମାଟି ରାସ୍ତା ରେ ନିତିଦିନ ଶତାଧିକ ଥର ଯିବା ଆସିବା କରୁଛି ହାଇୱା ।ଉକ୍ତ ଗାଡ଼ି ଗୁଡ଼ିକ ନିକଟବର୍ତ୍ତୀ କ୍ରସର ଗୁଡିକରୁ ମାଲ ପରିବହନ କରିବା ପାଇଁ ଏହି ମାଟି ରାସ୍ତା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ପ୍ରତିଦିନ ପାଣି ନପକାଇ ଶତାଧିକ ଥର ଯିବା ଆସିବା କରିବା ଫଳରେ ବହୁମାତ୍ରାରେ ଧୂଳି ଉଡୁଥିବାରୁ ଗୁଣଦେଇ ବସଷ୍ଟାଣ୍ଡ ଅଞ୍ଚଳରେ ବସବାସ କରୁଥିବା ଲୋକ ଧୂଳିମୟ ପରିବେଶ ରେ ବସବାସ କରୁଛନ୍ତି ।

ଗୁଣଦେଇ ବସଷ୍ଟାଣ୍ଡ ଆଖପାଖରେ ଥିବା ଦୋକାନୀ ଓ ସେଠାକୁ ଆସୁଥିବା ଗ୍ରାହକ ମଧ୍ୟ ଏହି ଧୂଳିମୟ ପରିବେଶ ର ଶିକାର ହେଉଛନ୍ତି ।କିଛି ଗ୍ରାହକ ଏହି କାରଣରୁ ଗୁଣଦେଇ ନଆସି ଅନ୍ୟ ଦୋକାନ ରୁ ଜିନିଷ କିଣୁଥିବାରୁ ଗୁଣଦେଇ ରେ ଦୋକାନ ବେପାର ମଧ୍ୟ ମାନ୍ଦା ପଡୁଛି ।ତେଣୁ ଏହାର ପ୍ରତିକାର ନିମନ୍ତେ ସେହି ରାସ୍ତାରେ ଦିନକୁ ଅତିକମରେ ୩ ଥର ପାଣି ପକାଇବାକୁ ସାଧାରଣ ରେ ଦାବି କରୁଛନ୍ତି ଅଞ୍ଚଳବାସୀ ।

new life
You might also like
error: Content is protected !!