News
lipub
samparksetu

କାର୍ଯ୍ୟକାରୀ ହେଉନି ଉଠା ଜଳସେଚନ ପଳଳ୍ପର ପମ୍ପ ; ତାତିଲେ ଚାଷୀ

ପ୍ରାୟ ଦୁଇ ସପ୍ତାହ ରୁ ଅଧିକ ବର୍ଷା ନଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ ଜମି ଶୁଖି ଫାଟି ଆଁ କରିଲାଣି ,ଏଥିରେ ଚାଷୀ ମାନଙ୍କର ସମସ୍ୟା ଆରମ୍ଭ ହୋଇଯାଇଛି ।

ଆଗକୁ ବର୍ଷା ନହୁଏ ତେବେ ମରୁଡି ସମ୍ଭାବନା ରହିଛି। ଢେଙ୍କାନାଳ ଓଡ଼ାପଡ଼ା ବ୍ଳକ ଛାଟିଆ ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ଉଠା ଜଳସେଚନ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ଜମିକୁ ପାଣି ମାଡିବା ପାଇଁ ପାର୍ବତୀ ଗିରି ବୃହତ ଉଠାଜଳ ସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି ।

ତେବେ ଏହି ଉଠା ଜଳସେଚନ ପଳଳ୍ପରେ ପମ୍ପ କାର୍ଯ୍ୟକାରୀ ହେଉ ନଥିବାରୁ ପ୍ରକଳ୍ପ ମାଧ୍ୟମରେ ଜଳ ସେଚନ ହୋଇ ପାରୁନାହିଁ। ତେଣୁ ପମ୍ପକୁ ତୁରନ୍ତ ମରାମତି କରି ଜଳସେଚନ କରିବା ପାଇଁ ଆଖପାଖ ଅଞ୍ଚଳର ୭ଗୋଟି ପଞ୍ଚାୟତର ଚଷିମାନେ ଆଜି ପକଳ୍ପରେ ପହଞ୍ଚି ଜଳ ସେଚନ ପାଇଁ ଦାବି କରିଥିଲେ। ଏହାଦ୍ଵାରା ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଅଧିକାରୀ ମାନେ ପହଞ୍ଚି ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାର ପ୍ରତିଶୃତି ଦେବାପରେ ଉତ୍ତେଜନା ହ୍ରାସ ପାଇଥିଲା ।

new life
You might also like
error: Content is protected !!