News
lipub
samparksetu

ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ପାଟଣା ସାହିରେ ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଛନ୍ତି ବୃଦ୍ଧ ଦମ୍ପତି ।ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବର୍ଷା ତୁହାକୁତୁହା ଲାଗି ରହିଛି,ଯାହାକି ଏହାର ପ୍ରଭାବରେ ପରଜଙ୍ଗ ଗାଁ ଭିତରେ ରହୁଥିବା ବାପା ଜେଜେବାପା ଅମଳରୁ ଝାଟିମାଟି ଚାଳଛପର ଘରେ ସ୍ୱର୍ଗତ ରାଜ ମହାରଣାଙ୍କ ପୁଅ ଦୁର୍ଯ୍ୟୋଧନ ମହାରଣା (୬୫) ବର୍ଷ ନାମକ ବୃଦ୍ଧ ତାଙ୍କ ପତ୍ନୀ ବିଳାସ ମହାରଣାଙ୍କୁ ନେଇ ଦିନ ଅତିବାହିତ କରିଆସୁ ଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ କାନ୍ଥ ଦାଣ୍ଡ ରାସ୍ତାକୁ ଖସି ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଯାହାକି ଉଭୟେ ଏଥିରୁ ବର୍ତ୍ତି ଯାଇଛନ୍ତି ।ଏପରି ଅବସ୍ଥାରେ ରାତି ସାରା ଉଜାଗର ହେବାକୁ ପଡ଼ିଥିଲା ।ଏକ ମାତ୍ର ଚଳିବା ଘର ତା ପାଖକୁ ଦୁଇ ତିନି ହାତର ଚାଳିଆରେ ରୋଷେଇ ହୁଏ , ରୋଷେଇ କରୁଥିବା ଜାଗାରେ ବାହାରେ ବର୍ଷା ନହେଉଣୁ ଏହି ଘରେ ଆଗ ପାଣି ପଡ଼ିଥାଏ , ବର୍ତ୍ତମାନ ପରିସ୍ଥିତିରେ ଏମାନଙ୍କ ପାଇଁ ରହିବା ,ରୋଷେଇ କରିବା କାଠିକର ପାଠ ହୋଇପଡିଛି ।ତୁରନ୍ତ ଏହି ପରିବାରକୁ ଆଶ୍ରୟ ଦେବା ସହ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ସେହିପରି ଏହି ବ୍ଲକର କୁମୁସି ପଞ୍ଚାୟତରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । କୁମୁସି ଗ୍ରାମର ଅମୂଲ୍ୟ ପଣ୍ଡାଙ୍କ କାନ୍ଥ ଲଘୁଚାପ ଜନିତ ବର୍ଷାରେ କାନ୍ଥ ପଡ଼ିଯାଇଛି ।ଫଳରେ ପରିବାରରେ ଥିବା ପତ୍ନୀଙ୍କ ସମେତ ଦୁଇ ସନ୍ତାନ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।ତୁରନ୍ତ ଉଭୟ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ରୟ ଦେବା ସହ ବାସଗୃହ ଯୋଗାଇ ଦେବାକୁ ଦାବି ହେଉଛି ।

new life
You might also like
error: Content is protected !!