News
lipub
samparksetu

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ବନଖଣ୍ଡ ମହାବି ରାଡ ରେଞ୍ଜ ଡିହ ଡୋଳ ଫରେଷ୍ଟ ସେକସନ ରିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାର ଜଣାପଡିଛି । କୁମୁସି ପଞ୍ଚାୟତ ରିଆ ଗ୍ରାମର ରବି ନାରାୟଣ ରାଉତ(୬୦) ଏବଂ ବେଣୁଧର ସାହୁ (୬୫)ଗ୍ରାମ ନିକଟରେ ଥିବା କାଜୁ ବଗିଚାକୁ ଯାଇଥିଲେ ।

ଦିନ ପ୍ରାୟ ୧୧ଟା ସମୟରେ ଏକ ଦନ୍ତା ହାତୀ ରବିଙ୍କୁ ଆକ୍ରମଣ କରିଥିବା ବେଳେ ବେଣୁଧର ସେଠାରୁ ପ୍ରାଣ ବିକଳର ପଳାଇ ଆସିଥିଲେ ଖବରପାଇ ପରିବାର ଲୋକ ସେଠାକୁ ଯାଇ ରବିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି ।

ଏହି ଅଞ୍ଚଳରେ ବର୍ଷ ସାରା ହାତୀ ଉପଦ୍ରବ ଲାଗି ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

new life
You might also like
error: Content is protected !!