News
lipub
samparksetu

ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଂ ଛାତ୍ର ଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ନିଖୋଜ ଇଞ୍ଜିନିୟରିଙ୍ଗ ଛାତ୍ରର ମୃତ ଦେହ ଉଦ୍ଧାର କରାଯାଇଛି। ସରାଙ୍ଗ ବ୍ରିଜ ନିକଟରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତ କାଲି ଅପରାହ୍ନରେ IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମହାଳିକ ସାଙ୍ଗଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇ ଯାଇଥିଲେ।ବ୍ରାହ୍ମଣୀ ନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ ସନତ।ଏ ନେଇ ତାଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କଲେଜ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକି ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜଖୋଜି କରିଥିଲେ ମଧ୍ୟ ସନତଙ୍କର କୌଣସି ସନ୍ଧାନ ପାଇ ପାରିନଥିଲେ।

ତେବେ ଆଜି ତାଙ୍କ ମୃତଦେହ ସରାଙ୍ଗ ବ୍ରିଜ ନିକଟରେ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

new life
You might also like
error: Content is protected !!