News
lipub
samparksetu

ବଜ୍ରାଘାତରେ ଚାଷୀ ସମେତ ଗାଈ ମୃତ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଗୋଦରୀବିଲି ଠାରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ , ରାୟନୃସିଂହପୁର ଗାଁର ଚାଷୀ ମହେଶ୍ୱର ସେଠୀ (୬୫) ଆଜି ମଧ୍ୟାନ ସମୟରେ ଗୋଦରିବିଲି ଠାରେ ଥିବା ନିଜର ଧାନ ବିଲକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ ପରିବାର ଲୋକେ ତୁରନ୍ତ ଅଁଳାବେରେଣି ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପଟେ ପରଜଙ୍ଗ ଥାନା କନ୍ତୋର ଗ୍ରାମର ଉଛ୍ଛବ ନାଏକ ଙ୍କ ଗାଈ ବଜ୍ରପାତରେ ମୃତ୍ୟୁ ବରଣ କରିଥିବାର ଜଣାପଡ଼ିଛି

new life
You might also like
error: Content is protected !!