News
lipub
samparksetu

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନମିତା ଦେହୁରୀ(୩୦) ସ୍ଵାମୀ ସୁମନ୍ତ ଦେହୁରୀ, ଘର ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଶାଳ ଗାଡିଆ ଗ୍ରାମରେ। ସେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାପାଇଁ ତାଙ୍କ ବାପଘର ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗ୍ରାମ କୁ ଆସିଥିଲେ।

ଗୋଟିଏ ସପ୍ତାହ ହେଲାଣି ସେ ଏଠାରେ ଥିଲେ। ଗତ କାଲି ଭଲରେ ଖାଇ ପିଇ ଶୋଇଥିଲେ। ସକାଳୁ ସେ ଉଠି କି ଆସିଲା ବେଳକୁ ମୁଣ୍ଡ ବୁଲାଇ ପକାଇଦେଲା । ପାଟିରୁ ଲାଳ ବାହାରିଲା ଭଳି ଲାଗିଲା, ସଙ୍ଗେ ସଙ୍ଗେ ଘର ଲୋକ ତାଙ୍କୁ ପରଜଙ୍ଗ ଡାକ୍ତରଖାନା ଆଣିଥିଲେ। ରାସ୍ତାରେ କଥାବାର୍ତ୍ତା ବି କରୁଥିଲେ।

ଡାକ୍ତରଖାନା ରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଡାକ୍ତରଙ୍କ ପ୍ରାଥମିକ ଅନୁମାନ ଅନୁଯାୟୀ ଏହା ସାପ କାମୁଡି ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଏହାର ରହସ୍ୟ ଜାଣିବା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଦିଆ ଯାଇଛି। ବାପଘରେ ଶୁଦ୍ଧିକ୍ରିୟା କୁ ଆସି ଝିଅ ର ମୃତ୍ୟୁ ଖବର ଶୁଣି ଗ୍ରାମର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

new life
You might also like
error: Content is protected !!